SUKANTA KHANDA

Others

4  

SUKANTA KHANDA

Others

ଆଜିର ରେବତୀ

ଆଜିର ରେବତୀ

4 mins
285


ଲୋ ରେବତୀ,ଲୋ ରେବି,ଲୋ ନିଆଁ ଲୋ ଚୁଲି ଦିନେ ଫକୀର ମୋହନଙ୍କ ଗଳ୍ପ ରେବତୀ ଓଡି଼ଆ ସାହିତ୍ଯ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେ ସମୟର ସାମାଜିକ ପ୍ରଥା,ପରମ୍ପରା,ଅନ୍ଧବିଶ୍ବାସ ଓ କୁସଂସ୍କାର ପ୍ରତି କଠୋର ସମାଲୋଚନା କରିଥିଲେ। ପାଠ ପଢି଼ଲେ ଯେ ଜଣେ ମଣିଷ ବିପଥଗାମୀ ହେବ ଏ ହୀନତା ତାଙ୍କ ଦେହରେ ଯାଉ ନ ଥିଲା। ସେ ସମାଜକୁ ସତ୍ଯ,ଶାନ୍ତି ଓ ପବିତ୍ରତା ପାଇଁ ଅଣ୍ଟା ଭିଡି଼ଥିଲେ ଓ ଲୋକ ଲୋଚନକୁ ଆଣିଥିଲେ କି ସଭିଏଁ ଶିକ୍ଷା ଲାଭ କରନ୍ତୁ ଓ ନିଜର ଜୀବନକୁ ସୁଶୃଙ୍ଖଳିତ ଗଢି଼ ତୋଳିବାରେ ପ୍ରମୁଖ ଭୂମିକା ଧାରଣ କରନ୍ତୁ।

   ଆଜି ବି ସମାଜରେ ଲୋକେ ନୀଚ୍ଚ ମନୋଭାବ ହୃଦୟରେ ଧାରଣ କରିଛନ୍ତି। ପାଠ ପଢି଼ ସଭ୍ଯ ଓ ଶିକ୍ଷିତ ହେଲେ ବାପା ଓ ମାଆଙ୍କୁ ଭୁଲି ଯାଉଛନ୍ତି। ନିଜର ବୟସ ହେଲେ ବିପଥଗାମୀ ସଦୃଶ ଧରିପଳା ହୋଇ ବାପା ଓ ମାଆଙ୍କ ମୁହଁରେ କଳାଚୂନ ବୋଳି ବିପରୀତ ଲିଙ୍ଗ ମୋହରେ ଘର ପରିବାର କାହିଁକି ଜନ୍ମକଲା ବାପା ଓ ମାଆଙ୍କୁ ମଧ୍ଯ ନିଜର ଭାବୁ ନାହାଁନ୍ତି। ଧନ୍ଯ କହିବ ଆଜିର ଏ ସମାଜକୁ ଯାହା ବିଜ୍ଞାନର ଅଗ୍ରଗତି ସତ୍ତ୍ବେ ବି ପଛୁଆ ହୋଇ ରହିବା ଦୃଷ୍ଟି ଗୋଚର ହୁଏ। 

     ମୁଁ ମୋର ସତ୍ଯତା ଆପଣଙ୍କୁ ଜଣାଏ ନ ହେଲେ ଆପଣମାନେ ଏ ଅଧମ ଗାଳ୍ପିକଙ୍କୁ ଅବଶ୍ଯ ଗାଳି ମନ୍ଦ କି ଘୃଣା କରିବାକୁ ପଛେଇବେ ନାହିଁ। ସତ୍ଯଟା ମୂଳରୁ କହୁଛି ଆପଣ ମନ ଦେଇ ଶୁଣନ୍ତୁ। ବାପା ଓ ମାଆଙ୍କର ଗୋଟିଏ ବୋଲି ଝିଅ ନାମ ରେବତୀ। ଗୋଟିଏ ଚାଉଳରେ ଗଢା଼। ତାର ପାଠପଢା଼ ପ୍ରତି ଅହେତୁକ ଭଲ ପାଇବା ଥିଲା। ବାପା ଝିଅର ଇଛା ଓ ଆଶାକୁ ସଫଳ କରିବାକୁ ଯାଇ ଗାଁ ପ୍ରାଥମିକ ବିଦ୍ଯାଳୟରେ ନାମ ଲେଖାଇ ଦେଲେ। ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କ ହେପାଜତରେ ରେବତୀ ପାଠ ପଢି଼ବାକୁ ଗଲା। ପ୍ରଥମ ଦିନରୁ ହିଁ ତାର ଜେଜି ଚିତ୍କାର କରି ପୁଅକୁ କହିଲା,"ସରୋଜ ! ତୁ ଏ କ'ଣ କରିବାକୁ ଯାଉଛୁ। ଆମ ବଂଶରେ କିଏ ଆଗରୁ ପାଠ ପଢି଼ଛି ନା ପଢି଼ବା ପିଲା ଏ ଗାଁରେ କିଏ ଭଲ ହୋଇକି ରହିଛି? ଦେଖୁନୁ ! ସଦାନନ୍ଦର ଝିଅକୁ ପାଠ ପଢୁ଼ପଢୁ଼ ସେଇ ସାଥୀ ପିଲା ସହ ଏମିତି କାମ କରି ବସିଲା ଯେ କୁଆଁରୀ ମାଆ ହୋଇ ଘରେ ବସିଛି। ଶୁକୁଟା ଝିଅର କ'ଣ ହେଲା କୁହ ତ ପାଠ ପଢୁପଢୁ ନିଜର କାମ ଏମିତି ହାତକୁ ନେଲା ଯେ ଧନ ତ କମେଇଲା ହେଲେ ବିବାହ କରି ଘର ସଂସାର କରି ପାରୁଛି କି? ବେଶ୍ଯାର ଜୀବନ ଯାପନ କରି ସମୟକୁ ଅତିବାହିତ କରିବା କ'ଣ ଠିକ୍? ନୁଙ୍ଗୁରର ଝିଅକୁ ଦେଖ। ସେ ଯାହା ସହିତ ଧରିପଳା ହୋଇ ଚାଲି ଯାଇଥିଲା ସେ ପିଲାର ଗୋଟିଏ ଧକ୍କାରେ ଆଜି ବାପା ପାଖରେ ପଡି଼ ରହିଛି। ଏ ଗାଁରେ ଏତେ ସବୁ ହେଲା ପରେ ବି ତୁ ରେବତୀକୁ ପାଠ ପଢେ଼ଇବା ଭାବି ପାରୁଛୁ କିପରି?"

    ସରୋଜ ନିଜ ମାଆଙ୍କର କଥାକୁ ନ ଶୁଣି ଗାଁ ପ୍ରାଥମିକ ବିଦ୍ଯାଳୟରେ ନାମ ଲେଖେଇ ଦେଲା। ରେବତୀ ଆଜିକାଲି ପାଠ ପଢୁଛି। ଘରେ ଯେତେବେଳେ ରେବତୀ ଜୋରରେ ପାଠ ପଢେ଼ ଅ ଆ ଇ ଈ ଜେଜିଙ୍କର ହାଡ଼ରେ ନିଆଁ ଜଳିଯାଏ। ସେ ଦୌଡି଼ ଆସି କହନ୍ତି,"ହଇଲୋ ରେବତୀ ! ତୋର ଆଜିକାଲି ଭଲ ସୁବିଧା କାମଟେ ମିଳିଗଲା ନୁହେଁ କି? ରୋଷେଇ ଶିଖିଲୁନି,ଝୋଟିଦେଇ ଶିଖିଲୁନି,ବେଲା ବାସନ ମାଜିବା ଶିଖିଲୁନି,ପାଣି ଆଣିବା ଶିଖିଲୁନି କି ମାଆଙ୍କୁ ଟିକିଏ ସାହାଯ୍ଯ କରିବା ହେଲା ନାହିଁ। ଆଲୁଅ ପାଖରେ ବସି ଅ ଆ ଇ ଈ କହୁଛୁ। ପୋଡି଼ଜଳି ଯାଉ ତୋର ଏ ପାଠ। ମୋତେ ପାଠ ଆଉ ଦେଖାନା ଯାଆ ତ ପାଣି ଗିଲାସେ ଆଣ। ତଣ୍ଟିଟା ଶୁଖିଶୁଖି ଗଲାଣି?" ଜେଜି ଏକା ସ୍ବରରେ କେତେ କ'ଣ କହିଗଲେ ମାତ୍ର ରେବତୀ ଶୁଣିଲା କି ନାହିଁ ଜଣା ନାହିଁ। ରେବତୀ କିନ୍ତୁ ଭଲ କି ଶୁଣି ପାଣି ଏକ ଗ୍ଳାସ ନେଇକି ଜେଜିଙ୍କୁ ପିଆଇଲା। ଜେଜି ଭାରି କଠୋର ପନ୍ଥିଥିଲେ ରେବତୀକୁ ପାଠ ନ ପଢେ଼ଇ ନ ଦେବାକୁ ପୁଣି କହିଲେ,"ରେବତୀ ! ଆସିଲୁ ଚାଉଳରେ ବାଲି ଓ ଗୋଡି଼ସବୁ ପୂରିକି ରହିଛି ସାଙ୍ଗ ହୋଇ ବାଛିବା।" ରେବତୀ କରେ କ'ଣ? ତାର ପାଠପଢା଼ ନୋହିଲା। ଜେଜିଙ୍କ ସହ ମିଶି ଚାଉଳରେ ମିଶିଥିବା ବାଲି ଓ ଗୋଡି଼କୁ ବାଛିବାରେ ସାହାଯ୍ଯ କଲା।

   କେବଳ ଆଜି ନୁହଁ। ସବୁଦିନ ପ୍ରାୟତଃ ଏମିତି ହିଁ କାମରେ ନିଯୁକ୍ତି କରେଇଲା ଜେଜି କାରଣ ରେବତୀର ମାଆ ରୋଗିଣା ତ ସବୁ କାମ ଜେଜି ହିଁ କରନ୍ତି। ବାପା କେବଳ ବାହାରେ କେଉଁଟି କାମଦାମ କରି ମଜୁରୀ ଆଣି ଥୋଇ ଦେଲେ ବାକି କାମ ଜେଜିଙ୍କର। ହଠାତ୍ ଡହଡ଼ହ ଖରାଟାରେ ବି ଅଦିନ ବର୍ଷା ଓ ପବନର ତାଣ୍ଡବ। ଘର ନିକଟରେ ଠିଆ ହୋଇଥିବା ଆମ୍ବ ଗଛଟା ଉପୁଡି଼ ପଡି଼ ଘର ଉପରେ ଲଦି ହୋଇଗଲା ତ ବାପା ଓ ମାଆ ଏକାବେଳକେ ଆର ପାରିକୁ ଟିକେଟ କାଟିଲେ। ବର୍ଷା ଓ ପବନ ଛାଡି଼ଗଲା ତ ଗାଁ ଲୋକେ ଭିଡ଼ ଜମାଇଲେ। ରେବତୀ ବିକଳ ହୋଇ ବାପା ଓ ମାଆଙ୍କର ଶବକୁ ଧରି ରାହା ଧରିଥାଏ ମାତ୍ର ଜେଜି ସବୁର କାରଣ ଏ ରେବତୀକୁ ଦେଇ ବାହୁନି କାନ୍ଦୁଥାନ୍ତି। ଜେଜି ପ୍ରାଥମିକ ଶିକ୍ଷକ ବୃନ୍ଦାବନକୁ ମଧ୍ଯ ଛାଡୁ ନ ଥାନ୍ତି କି ପ୍ରକାର କିମିଆ ଟଲା କେଜାଣି ରେବତୀ ଲୁଚିଛପି ଏବେ ବି ପାଠ ପଢୁଛି ଆଉ ଏ ଶିକ୍ଷକଟା ବି ନିଆଁରେ ଘିଅ ଢାଳିବାକୁ ପଛାଉ ନାହିଁ।

     ଆଜି ରେବତୀ ଜେଜିଙ୍କ ପାଖରେ। ସବୁ କାମ ରେବତୀକୁ ହିଁ କରିବାକୁ ପଡି଼ବ କାରଣ ଜେଜି ବୁଢୀ଼ ହୋଇ ଗଲେଣି। ଜେଜିଙ୍କୁ ଆଜିକାଲି ଭଲକି ଦିଶୁନାହିଁ। ସବୁବେଳେ ରେବତୀକୁ ଖୋଜା ପଡୁଛି। ରେବତୀର ବଳ ଅଛି ନା ବୟସ ଅବା କେତେ? କେବଳ ଈଶ୍ବରଙ୍କ ଦରବାରରେ ପଡି଼ରହି ଯଥାସାଧ୍ଯ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଲିଛି। ରେବତୀର ପାଠ ପ୍ରତି ଝୁଙ୍କ ଯଦିଓ ହୃଦୟରୁ ଲିଭିନାହିଁ ହେଲେ କରିବ କ'ଣ? ବଞ୍ଚିଲେ ତ ପାଠ ପଢିବ। ବଞ୍ଚିବାକୁ ହେଲେ ମୁଠାଏ ଖାଇବାକୁ ହେବ ତା ପରେ ଆଉ ଯେଉଁ କଥା। ହଠାତ୍ ରେବତୀକୁ ଚାରିଦିନ ଝାଡା଼ ହୋଇଗଲା। ସେ ଦୁର୍ବଳତାରେ ଠେଲିପେଲି ହେଉଛି। ମୁଠାଏ ଫୁଟାଇ ନିଜେ ଖାଇ ପାରୁଛି ନା ଜେଜିଙ୍କୁ ଦେଇ ପାରୁଛି? ମନ ହୃଦୟରେ ଅସରନ୍ତି ଦୁଃଖ। ସେ ବିଛଣାରେ ଲାଖି ଗଲାଣି। ଜେଜି ମଧ୍ଯ କୌଣସି କିଛି କରି ପାରୁ ନ ଥିବାରୁ କେବଳ ରେବତୀ ରେବତୀ ହେଉଛନ୍ତି। 

    ସେ ଦିନ ଜେଜିଙ୍କର ମଧ୍ଯ ଝାଡା଼ ହୋଇଗଲା। ଦେଖୁଦେଖୁ ବିଛଣା ସାରା ଓ ସାରା ଘରଟା ଦୁର୍ଗଦ୍ଧରେ ଫାଟି ପଡି଼ଲା। ଜେଜି ଚିତ୍କାର କରି ଡାକିଲା,ଲୋ ରେବତୀ,ଲୋ ରେବି,ଲୋ ନିଆଁ ଲୋ ଚୁଲି।" ତାର ପାଟି ଅଠାଅଠା ହୋଇଗଲା ପୁଣି ବଳ ବାହାର କରି ଡାକିଲା,"ଲୋ ରେବତୀ,ଲୋ ରେବି,ଲୋ ନିଆଁ,ଲୋ ଚୂଲି।" ରେବତୀର ହୋସ ଉଡି଼ ଯାଇଥିଲା। ସେ ଜେଜିଙ୍କର କଥାକୁ ଶୁଣି ନାହିଁ। ଜେଜି ବି ରେବତୀକୁ ଡାକିଡାକି ମୃତ୍ଯୁର କୋଳରେ ଶୋଇ ପଡି଼ଲାଣି। ଜେଜି ମରିକି ସଢି଼ବା ଆରମ୍ଭ ହେଲାଣି। ବାସିମଡା଼ ଦୁଇଦିନ ହେଲାଣି। ଦୁର୍ଗନ୍ଧ ବାହାରିବାରୁ ଗାଁ ଲୋକେ ଆସି ଦେଖିଲେ କି ରେବତୀ ଅଚେତ ଆଉ ବୁଢୀ଼ର ଚିର ଦିନକୁ ବିଛଣାରେ ଗୁହ ଓ ମୂତ ହୋଇ ଆର ପାରିକୁ।

   ରେବତୀ ଡାକ୍ତରଖାନାକୁ ଗଲା ମାତ୍ର ବୁଢୀ଼ ଗଲା ମଶାଣି ଭୂମିକୁ। ରେବତୀ ଭଲ ହୋଇ ଘରକୁ ଆସିଲା ତ ଜେଜିଙ୍କୁ ଖୋଜିଲା। ଯେବେ ଶୁଣିଲା ଜେଜି ଆର ପାରିରେ ନିଜକୁ ବୁଝାଇ ନେଲା କି ବୋଧହୁଏ ତାର ଶିକ୍ଷା ପ୍ରତି ଦୁର୍ବଳତା ଦେଖି ଜେଜି ଆର ପୁରକୁ ଚାଲିଗଲା। ରେବତୀ ଆଖିରେ ଲୁହ କି ସେ ଘରର ସଭିଙ୍କୁ ଖାଇଲା ଆଉ ସେ ବଞ୍ଚି ରହିଛି ଏ କୁଳକୁ କୁଆଡେ଼ ଉଜ୍ଜଳ କରିବ। ସେ ସିଦ୍ଧାନ୍ତ ନେଲା ଆଉ ବିଷ ପିଇ ସବୁ ଦିନକୁ ଆର ପାରିକୁ ଚାଲିଗଲା। 

    ସତରେ ! ରେବତୀ ଯାହାକଲା ଭଲ ନା ମନ୍ଦ? ଯଦି ମନ୍ଦ ତେବେ ତାକୁ ଗାଁର ଲୋକେ କି ସରକାରଙ୍କ କେହି ତ ଜଣେ ହେଲେ କୋଳେଇ ନେବାର ଥିଲା ନେଲେ ନାହିଁ କାହିଁକି

ଏହା ଏକ ପ୍ରଶ୍ନବାଚୀ ନୁହେଁ କି?

        


Rate this content
Log in