STORYMIRROR

Namita Pal

Others

3  

Namita Pal

Others

ଆଧୁନିକ ନାରୀ

ଆଧୁନିକ ନାରୀ

2 mins
433


ସୀତାକାନ୍ତ ବାବୁ ଓ ରମା ଦେବୀ ଦୁହେଁ ଦିଲ୍ଲୀ ଆସିଛନ୍ତି ପୁଅ ପାଖକୁ। ପୁଅ ଯାଇ ଜିଦ୍ କରି ଦୁଇଜଣଙ୍କୁ ଗାଁରୁ ନେଇ ଆସିଛି। ରମାଦେବୀ ଆସିବାକୁ ବିଲକୁଲ ରାଜି ନଥିଲେ। ସୀତାକାନ୍ତ ବାବୁ ବହୁତ ବୁଝେଇଲେ, " ପୁଅ ଅଫିସରୁ ଛୁଟିନେଇ ଆସିଛି ଖାସ୍ ଆମକୁ ସାଙ୍ଗରେ ନେବାପାଇଁ ,ନଗଲେ ମନ ଖରାପ କରିବ। କିଛି

ଦିନ ସେଠାରେ ରହି ଫେରିଆସିବା। ତୁମ ଦେହ ଭଲ ରହୁନି, ସେଠକାର ଡାକ୍ତରଙ୍କୁ ଦେଖାଇବା। ପୁଅ ସେଥିପାଇଁ ଦିଲ୍ଲୀ ନେବାକୁ ଆସିଛି। ଡାକ୍ତର ବି କହିଛନ୍ତି ଜଳବାୟୁ ବଦଳିଲେ ତୁମ ଦେହ ଭଲ ହୋଇଯିବ।ଆଉ ନାତି ଟୋକା ସାଙ୍ଗରେ ବି କିଛି ଦିନ କଟାଇ ଆସିବା। ସେ ଏବେ ବଡ଼ ହୋଇଯାଇଥିବ"। ସୀତାକାନ୍ତ ବାବୁ ବହୁତ ବୁଝେଇଲା ପରେ ରମା ଦେବୀ ଦିଲ୍ଲୀ ପୁଅ ପାଖକୁ ଆସିବାକୁ ରାଜି ହୋଇଥିଲେ।


ସୀତାକାନ୍ତ ବାବୁଙ୍କ ପୁଅ ରଜତ୍ , ବୋହୁ ଏଲିନା ଓ ତାଙ୍କର ତିନି ବର୍ଷର ପୁଅ ସିମୁନ ଦିଲ୍ଲୀରେ ରହନ୍ତି। ପୁଅର ଚାକିରୀ କମ୍ପାନୀରେ ଓ ବୋହୁ କଲେଜରେ ପାଠ ପଢ଼ାଏ। ରମା ଦେବୀ ଚାହୁଁନଥିଲେ ଚାକିରୀଆଝିଅକୁ ବୋହୁ କରିବାକୁ। ସେ ସବୁବେଳେ କୁହନ୍ତି ଏବେକା ଯୁଗର ଆଧୁନିକ ନାରୀ ଚାକରୀ କରିବେ ବାହାରକୁ ଯିବେ। ଘରେ ରହିଲେ କାମ କରିବାକୁ ପଡିବ। ଏମାନେ କ'ଣ ଆମ ପରି ଛୁଆ ପିଲା, ଘର ଦ୍ବାର

ସମ୍ଭାଳି ପାରିବେ। ସୀତାକାନ୍ତ ବୁଝେଇଥିଲେ, ସେମାନେ ବାହାରେ ରହୁଛନ୍ତି ପୁଣି ଦିଲ୍ଲୀ ପରି ଜାଗାରେ।ସେଠାରେ ଜିନିଷ ପତ୍ର ଆମ ଏଠିକାଠାରୁ ବହୁତ ମହଙ୍ଗା। ପୁଣି ଘର ଭଡ଼ା ବହୁତ। ଦୁହେଁ ଚାକିରୀ କଲେ ଚଳିବାକୁ ସୁବିଧା ହେବ। ବୋହୁ ଆମର ଏତେ ପାଠ ପଢ଼ିଛନ୍ତି , ଚାକିରୀକଲେ ଅସୁବିଧା କ'ଣ। ଆଉ ତୁମେ ବେଶି ଚିନ୍ତା କରନି, ସେମାନେ ତାଙ୍କ ଗୃହସ୍ଥି ଠିକ୍ ଚଳେଇନେବେ। ତୁମେ ଏଇ ଆଧୁନିକ ନାରୀକୁ ଜାଣିନ,ସେମାନେ ସେମାନେ ଘର ବାହର ସବୁ କାମରେ ପାରଙ୍ଗମ।


ଦୁହେଁ ପୁଅ ସହିତ ଦିଲ୍ଲୀ ଆସିଲେ। ଷ୍ଟେସନରୁ ଟ୍ଯାକ୍ସି କରି ଘରକୁ ଆସିଲେ। ଉପର ମହଲାରେ ଦୁଇ ବେଡରୁମ ବିଶିଷ୍ଟ ଘର। ଗୋଟିଏ ପରିବାର ଚଳିବା ପାଇଁ ଯଥେଷ୍ଟ। ବୋହୁ ଓ ନାତି ଆସି ମୁଣ୍ଡିଆ ମାରିଲେ।

ଦୁହେଁ ଖିଆ ପିଆ କରି ନାତି ସହିତ ଖୁବ୍ ମଜା କଲେ। ସବୁଦିନ ସକାଳ ନଅ ଟା ବାଜିଲେ ପୁଅ ,ବୋହୁ ଓ ନାତି ସାଙ୍ଗ ହୋଇ ବାହାରିଯାଆନ୍ତି। ପୁଅ ବୋହୁକୁ ତା କଲେଜରେ ଆଉ ନାତିକୁ ସ୍କୁଲରେ ଛାଡି ତା ଅଫିସ୍ ଯାଏ। ବୋହୁ କଲେଜରୁ ଫେରିଲାବେଳେ ନାତି କୁ ନେଇ ଘରକୁ ଆସେ। ଏବେ ସେମାନେ ଅଛନ୍ତି ,ସେଥିପାଇଁ ନାତିକୁ ସ୍କୁଲ ନେବା ଆଣିବା ସୀତାକାନ୍ତ କରନ୍ତି। ବୋହୁ ସକାଳୁ ଉଠି ଜଳଖିଆ, ସେମାନଙ୍କର ଖାଇବା ସବୁ ରେଡି କରି କଲେଜ ଯାଏ। ପୁଅ ରୋଷେଇରେ ବୋହୁକୁ ସାହାଯ୍ଯ କରିଦିଏ।ଦୁହେଁ ମିଳିମିଶି କାମ କରନ୍ତି ଆଉ ହସ,ଖୁସି ହେଉଥାନ୍ତି। ସେମାନଙ୍କର ଖୁସୀ ଦେଖି ରମା ବହୁତ ଖୁସି ହେଲେ। ସୀତାକାନ୍ତ ବାବୁ କହିଲେ ଦେଖିଲ ରମା ,ମୁଁ କହୁଥିଲି ନା ତୁମେ ବ୍ଯସ୍ତ ହୁଅନି ସେମାନେ ତାଙ୍କ ଗୃହସ୍ଥି ସମ୍ଭାଳି ନେବେ। ବୋହୁ ଆମର ଆଧୁନିକା ହେଲେ ବି ଘର ,ସଂସାରରେ ଦକ୍ଷ। ରମା ମୃଦୁ ହସି କହିଲେ ହଁ ଏତେବେଳେ ମୁଁ ନିଶ୍ଚିନ୍ତ, ଚାଲ ଆମ ଘରକୁ ଆମେ ଫେରିଯିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ