STORYMIRROR

Hasyamayee Raj

Others

3  

Hasyamayee Raj

Others

ଯୁଦ୍ଧ ନୁହେଁ ଖୋଜିବା ଶାନ୍ତି

ଯୁଦ୍ଧ ନୁହେଁ ଖୋଜିବା ଶାନ୍ତି

1 min
11.7K

କାହିଁକି ଆପଣେଇଛ ଯୁଦ୍ଧ

ଶେଷରେ ପାଇବ କଣ

ଯୁଦ୍ଧ କେବେ କ'ଣ ଦେଇପାରେ 

ଶାନ୍ତିର ସ୍ବର୍ଣ୍ଣାଭ କିରଣ  

ନା ପ୍ରେମରେ ପ୍ଲାବିତ କରିପାରେ ହୃଦୟ  

ଯୁଦ୍ଧ କେବେ ଶାନ୍ତିର

କଳ କଳ ଛଳ ଛଳ ସ୍ଵର ଶୁଣି ପାରେନା

ସେ ତ କେବଳ ଉତ୍ତପ୍ତ ବହ୍ନି ଦେଖୁଥାଏ

ରଣର ଫୁତ୍କାର ଶୁଣୁଥାଏ

ସୁଦୂର ପରାହତ ତା'ପାଇଁ

ଶାନ୍ତିର ଦୀଗନ୍ତ ବିସ୍ତାରି ଆଲୁଅ

ସେଇ ଯେ ଚଣ୍ଡଶୋକ

ଦେଖୁଥିଲେ ଦୟା ନଦୀର

ଲାଲ୍ ବର୍ଣ୍ଣ ଜଳ

କାନ୍ଦି ଉଠିଥିଲା ହୃହୟ

ଭାବୁଥିଲେ କାହିଁକି ଏ ଯୁଦ୍ଧ  

ଏ ଦେଇପାରିବ କି ଶାନ୍ତିର

ଶୀତଳ ପରଶ ଅବା 

ଅବଲୁପ୍ତ କରିପାରିବ

ଅଶାନ୍ତିର ଅନ୍ତର୍ଦ୍ଦାହ

ମନ ଆଉ ବିବେକର ଯୁଦ୍ଧରେ

ଜିତାପଟ ନେଲା ବିବେକ

କହିଦେଲା କାନେ କାନେ

"ହିଂସା ପ୍ରଣୋଦିତ ତରବାରୀର ଜୟ, ଜୟ ନୁହେଁ, 

ପାରୁଚ ତ ହୃଦୟକୁ କର ଜୟ" 

ଆଉ ପାଲଟିଗଲେ ଧର୍ମାଶୋକ

ଫେରି ଯାଇଥିଲେ ସେଦିନ

ବିଶ୍ବ ବିଜୟର ସ୍ବପ୍ନ ଦେଖୁଥିବା

ଆଲେକ୍ଜାଣ୍ଡାର

ପୁରୁଙ୍କ ଦେଶପ୍ରେମ

ପରାହତ କରିଥିଲା 

ବୀରତ୍ବର ଆସ୍ଫାଳନ

ଜୀବନଭରି କମେଇଥିବା

ଏତେ ସବୁ ଐଶ୍ୱର୍ଯ୍ୟ

ସାମାନ୍ୟତମ ଦିକ୍ ଦିକ୍ କରି

ଜଳେଇ ପାରିଲାନି

ତାଙ୍କର ଜୀବନ ଦୀପ

ଦେଇଗଲେ ସମାଜକୁ

ଗୁଢ ଜୀବନ ଦର୍ଶନ

କହିଦେଲେ

ଶବାଧାରେ ନେଲାବେଳେ

ଝୁଲେଇ ଦେବ ମୋର ଦୁଇ ଶୂନ୍ୟ ହସ୍ତ

ଏ ଦୁନିଆ ଦେଖିବ

ସାଥିରେ ନେଇ ପାରିଲିନି

ଯୁଦ୍ଧ ବିନିମୟରେ କମେଇଥିବା

ମୋର ଅସରନ୍ତି ଐଶ୍ୱର୍ଯ୍ୟ

ଯୁଦ୍ଧ ନୁହେଁ ବନ୍ଧୁ

ପାରୁଚତ ଶାନ୍ତିର ମଞ୍ଜିଟିଏ ପୋତିଦିଅ

ସେ ଅଙ୍କୁରୋଦମ ହେବ ନିଶ୍ଚିତ

ପାଲଟିବ ମହାଦ୍ରୁମ

ବିଛୁରଣ କରିବ ସେ

ତୃପ୍ତିର ଶୀତଳ ସମୀରଣ 

ଆଉ କହୁଥିବ ସଦା 

ଯୁଦ୍ଧ ନୁହେଁ 

ପାରୁଚତ ନିଜ ଭିତରେ

ପରମ ଶାନ୍ତିକୁ ଖୋଜ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍