STORYMIRROR

Rajendra Bishoyi

Others

4  

Rajendra Bishoyi

Others

ଯୋଡାଏ ଆଖି

ଯୋଡାଏ ଆଖି

1 min
220

ଜୀବନର ଏଇ କର୍ମ ପଥରେ

     ଯିଏ ମୋର ମୁକ ସାକ୍ଷୀ,

ପାପ ପୂଣ୍ୟ ମୋର ସବୁ ଯେ ଦେଖୁଛି 

     ସେ ମୋ ଯୋଡାଏ ଆଖି ।।


ସବୁ କିଛି ନିଜେ ଦେଖିପାରେ ବୋଲି

     ଯୋଡାଏ ଆଖି ସୁନ୍ଦର ,

ମନର କଥାକୁ ବୁଝିବାକୁ ଥିଲେ

      ଆଖିକୁ ଆଗ ପଚାର ।।


ମଣିଷର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ

      ଦର୍ଶନେନ୍ଦ୍ରିୟ ଯା ନାମ,

ସେହି ପରା ମୋର ଯୋଡାଏ ଆଖି 

      ଦେଖିବା ହେଲା ତା ଧର୍ମ ।।


ଆଖିର ଜନମ ଦେଖିବା ପାଇଁ

          କାନ୍ଦିବା ପାଇଁ ନୁହଁ,

ଦେଖୁଛି ଦେଖିବି ସାରାଜଗତକୁ 

     ଝରୁ ପଛେ ଯେତେ ଲୁହ ।।


ଆଖି ବିନା ସିନା ମଣିଷ ଅନ୍ଧ 

       ମୋ ଆଖି କହୁଛି କଥା, 

ସତ ପାଇଁ କେବେ କାହିଁକି କା ଆଗେ 

       ନୁଆଁଇବି ମୋର ମଥା ।।


ଆଖି ମୋର ମାନ ଆଖି ମୋ ସମ୍ମାନ

      ଆଖି ମୋ ସ୍ଥାୟୀ ସମ୍ପତ୍ତି,

ସର୍ତକ କରାଇ ଦିଏ ସବୁବେଳେ

        ପଡିବା ଆଗୁ ବିପତ୍ତି।।


ସଜାଇବି ନାହିଁ ଗଙ୍ଗା ଯମୁନା

      ଯୋଡାଏ ଆଖିକୁ ମୋର,

ଆସୁ ପଛେ ଶତ ଶତ ବାଧା ବିଘ୍ନ 

        ହସୁଥିବି ନିରନ୍ତର ।।


କରମେ ବଞ୍ଚିବି କରମେ ମରିବି 

        କର୍ମରେ ଯିବି ଲାଖି,

କର୍ମ ନ ଛାଡିବି ମୁଦିବା ଆଗରୁ

     ଏଇ ମୋ ଯୋଡାଏ ଆଖି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ