STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଯନ୍ତ୍ର ମାନବ

ଯନ୍ତ୍ର ମାନବ

1 min
176


  ଏ ମଣିଷର ବୁଦ୍ଧି ବଳରେ 

  ଯନ୍ତ୍ର ମାନବକୁ ଜନ୍ମକରେ

ଯୁଗଯୁଗ ଧରି  ଉଦ୍ଯମ ସାଧନେ

  ଆଜି କିନ୍ତୁ ବହୁତ ଉଚ୍ଚରେ।


  ମଣିଷକୁ ଟପିକି ଯାଇଛ

  ନିର୍ଭୁଲ ଉତ୍ତର ବି ଦେଉଛ

ଅଙ୍କ ଗଣନାଠୁ  ସୂର୍ଯ୍ଯ ଚନ୍ଦ୍ର ଆଦି

  ସଠିକ ତଥ୍ଯକୁ ହିଁ ଦେଉଛ।


  ରୋଗ ବାତ୍ଯା ଆଉ ଏ ମରୁଡି଼

  ଭୂମିକମ୍ପ ଆସୁଥିଲେ ମାଡି଼

ତକ୍ଷଣେ ଜଣାଅ  ବିଶ୍ବକୁ ସମ୍ବାଦ

  କେବେହେବ ଆଉ ଯିବଛାଡି଼।


  ଜଗତକୁ ଦିଅ ସତର୍କତା

  ହୋଇ କି ମଣିଷଙ୍କ ଦେବତା

ସବୁବେଳେ ଆଜି  ମଣିଷ ସମାଜ

  ତୋ'ପାଖରେ ହୋଇଛି ବଶ୍ଯତା।


  ଯନ୍ତ୍ର ମାନବ ହେ ରହିଥାଅ

  ସ୍ବାଗତ ଶୁଭେଚ୍ଛା ବୁଣୁଥାଅ

ଗୁଡ଼ ମାଠିଆରେ  ପିମ୍ପୁଡି଼ ସଦୃଶ

  ଘୂରି ବୁଲୁଅଛୁ ଅହରହ।


  ତୁମକୁ ପ୍ରାର୍ଥନା ମୋର ଆଜି

  ବିଶ୍ବକୁ ଦେବନି କେବେ ଭାଜି

କଲ୍ଯାଣ ସମୃଦ୍ଧ  ସନ୍ତୋଷ କରିବ 

  ନର ପଶୁ ପକ୍ଷୀ ବୃକ୍ଷରାଜି।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍