STORYMIRROR

Debasish Dikshit

Others

3  

Debasish Dikshit

Others

ଯେବେ ତୁମେ ଆସିଲ।

ଯେବେ ତୁମେ ଆସିଲ।

1 min
508

ପ୍ରେମର ଅଙ୍କୁରିତ ସ୍ଵପ୍ନ ଧରି 

ଭିଜେଇଲ ସାରା ଶରୀରକୁ

ଏଇ ପ୍ରେମର ସ୍ପର୍ଶ ମାତ୍ରକେ,

ହୃଦୟର ଶୂନ୍ୟତାକୁ ଚିରି 

ଆସିଥିଲ ମୋ ସହରରେ ।


ତୁମ ଶ୍ରାବଣ ଭିଜା ବସନ୍ତରେ 

ଶୀହରଣ ଆପଦ ମସ୍ତକ ଯାଏଁ,

ଲୁଚି ଚାଲି ଥିଲା ଦୁଃଖ

ସୁଖ ଲୁଚକାଳିରେ,

ଇନ୍ଦ୍ରଧନୁର ସାତସଙ୍ଗ 

ଭରିଥିଲ ମୋ 

କଳା ଧଳା ସ୍ଵପ୍ନରେ,

କିଛି ଜୀବନ୍ତ କାହାଣୀ ଥିଲା 

ଏଇ ନିର୍ଜୀବ ଶରୀରର,

କିଛି କ୍ଷଣ ପାଇଁ 

ପୂର୍ଣ୍ଣ କରିଥିଲ

ତୁମ ସ୍ୱ ପ୍ନର ଛୁଆଁରେ ।


ଗତିର ଆବଦ୍ଧ ନଥିଲା କି 

ଭାଙ୍ଗି ଯିବାର ସାହସ ନଥିଲା 

ଥିଲା ତ ପ୍ରଗାଢ ଶକ୍ତି 

ଜୀବନ୍ତ କରିବାର ପ୍ରୟାସ,

ଭାସି ଯାଉ ଥିବା ପତ୍ରକୁ 

ତୁମେ ସାଉଁଟି ନେଲ

ସାଇତି ରଖିଲ ତୁମ ନଜରରେ 

ଜାଣିଥିଲେ ବି ଜାଣିବାକୁ ଚେଷ୍ଟିତ ନଥିଲି

ନିଜ ଭବିଷ୍ୟତ 

କେବେ ଜଳି ଯିବି 

ତୁମ ହାତରୁ ମୋ ସ୍ୱପ୍ନର ନିଆଁରେ ।


ଏକାକୀ ବସିବାର ଧୈର୍ଯ୍ୟ 

ଭାଙ୍ଗିଦେଲ ତୁମ ସମୟ ଆଗରେ 

ଜାଣେନା ସେ ସମୟ ସମୟ ଦେବ ନା ନାହିଁ 

ପୁଣି ଏକାକୀ ବସିବା ପାଇଁ,

ତୁମକୁ ପାଇଲା ପରେ 

ସେ ସମୟ ହଜିଯିବ

ରହିଯିବ ସମୟ 

ଅଙ୍କୁରିତ ଗଛରେ 

ନୂତନ ପୁଷ୍ପର ସୁଗନ୍ଧ ଅପେକ୍ଷାରେ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍