ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ




କଳା ଅନ୍ଧକାର ନିର୍ଜନ ରାତିରେ,
ଦୂୂୂୂରରେ ପେଚାର ହୁଟ୍ ହୁଟ୍ ସ୍ବର ,
ହଠାତ୍ ପ୍ରଳୟଙ୍କରୀ ମେଘର ଗର୍ଜନ,
ଆଖି ଝଲସାଇ ଦିଏ ବିିିିିଜୁୁଳୀର ଚମକ,
ଧଡ଼ ଧଡ଼ କରି ଉଠେ ହୃଦୟର ପ୍ରତିଟି କୋଣ,
ଛାତି ତଳର ସେ ହୃୃତ କମ୍ପନରେ ,
ନିିିିସ୍ତବ୍ଧ ସେ କୃଷ୍ଣ ଘନ ଆଚ୍ଛାଦିତ ରାତିର ସୁରେ,
ଛମ ଛମ କରି ପାଉଁଜି ବଜାଇ ବର୍ଷା ଆସେ ।
ଛୋଟିଆ ନାଳ ପାଣିର ଧାରେ ଧାରେ,
କାଗଜର ଡଙ୍ଗାଟିଏ ଦୋହଲି ଦୋହଲି ଭାସୁ ଥାଏ,
ଝଲସି ଯାଏ ଛୁଆଟିର ମୁହଁ ଖୁସିରେ ,
ନିିଷ୍ପ୍ପାପ ହୃଦୟ ହସୁ ଥାଏ ତାଳିମାରି,
ତାଳିମାରି ହସୁଥିବା ସେ ନୀରିହ ଖୁସି,
ହଠାତ ଚୁପ ହୋଇ ଯାଏ,
ଯେବେ କାଗଜ ଡଙ୍ଗାଟି ବତୁରି ବତୁରି ବୁୁୁୁଡ଼ି ଯାଏ,
ଛୁଆର କାନ୍ଦୁରା ମୁହଁରେ ଖୁବ ଜୋରରେ ବର୍ଷା ଆସେ ।
ଅଦିନିଆ ମେଘର ଗୁରୁ ଗମ୍ଭୀର ଗର୍ଜନରେ
କଳା ହାଣ୍ଡିଆ ମେଘର ପରଶେ ସାରା ଆକାଶ,
ଯେବେ କଳା ଓଢଣୀରେ ଢାଙ୍କି ଦିଏ ନିଜ ମୁଁହ,
ଲାଜୁଆ ଆକାଶର କଳା ଓଢଣୀ ଦେଖି ,
ମନେ ମନେ ଶିହରି ଉଠେ ଷୋଡଶୀ,
କୋହଲା ପବନ ମନେ ତା ଶିହରଣ ଜଗାଏ,
ଷୋଡଶୀ ମନର ସେ ପ୍ରଥମ ଶିହରଣରେ,
ଟପ ଟପ ଜଳ ଧାରା ନେଇ ବର୍ଷା ଆସେ।