STORYMIRROR

Pranati Mahapatra

Others

4  

Pranati Mahapatra

Others

ଯୌବନ କାନ୍ଦୁଛି

ଯୌବନ କାନ୍ଦୁଛି

1 min
286



ଯୌବନ କାନ୍ଦୁଛି ଏନ୍ତୁଡି ନିଆଁରେ

ଅତୀତ ସ୍ମୃତିକୁ ନେଇ,

ଧୋରେ ବାଇଆ ପଣତ କାନିରେ

ଗଣ୍ଠି ପଡିଅଛି ରହି।

ଆ ଜହ୍ନ ମାମୁଁ ଶରଦଶଶୀଟା

ରାତି ବିଛଣାରେ ଶୋଇ,

ଖତେଇ ହୋଇସେ ଘାଲେଇ ପଡିଛି

ଗଛରେ ବାଇ ଚଢେଇ।

ଭାଗବତ ଟୁଙ୍ଗୀ ଆଖି ମିଟିମିଟି

ଚାହିଁଛି ଜଳକା ହୋଇ,

ଅପନ୍ତରା ଟାରେ ନିଶ୍ଚୁପ ପରାୟେ

ତୁଳସୀ ପଡିଛି ଶୋଇ।

ସଞ୍ଜ ଓ ସଳିତା,ଘିଅ ଦୀପ ଗୁଡା

ବେଦମନ୍ତ୍ର ଶୁଣିବା ପାଇଁ,

ମାଆର ପଣତ ଆସୁନାହିଁ ଜମା

ଲୁହକୁ ପୋଛିବା ପାଇଁ।

ଶୀତେ କାଠିକୁଟା ଧୁନିର ନିଆଁରେ

ଗାଆଁ ଦାଣ୍ଡେ ଜଳୁନାହିଁ,

ସେନେହ ମମତା ଆପଣାର ଭାବ

କାହା ମନେ କାହିଁ ନାହିଁ।

ଅଗିରା ପୁନେଇ, ଅଗିଜଳା ବେଳ

ଫୁଲ ଯେ ବଉଳବେଣୀ,

ବନସ୍ତେ ଡାକିଲା ଗଜ ପଟାଦୋଳି

ଭାଦ୍ରବର ଭାଲୁକୁଣୀ।

ଶୈଶବ,କୈଶୋର ଝଲସି ଉଠୁଛି

ଯୌବନର ଜୁଆରରେ,

ସକାଳ ସୂରୁଜ ବୁଣୁଛି ମୂରୁଜ

ଏବେବି ମୋ ଗାଁ ମାଟି ପରେ।

ତଥାପି କାନ୍ଦୁଛି ରହି ରହି ଖାଲି

ଅତୀତ ସ୍ମୃତି ବେଦୀରେ,

ଲୁଚେଇ ଲୁଚେଇ ଶୈଶବ ଡାକୁଛି

ଦଣ୍ଡେ ରହ ମୋ ପାଖରେ।


ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍