STORYMIRROR

jagabandhu sahu

Others

3  

jagabandhu sahu

Others

ଯାଉଛି ବିଦାୟ ନେଇ

ଯାଉଛି ବିଦାୟ ନେଇ

1 min
154

ତୋ ରାସ୍ତାରେ କେବେ ହେବିନି ମୁଁ କଣ୍ଟା

   ଯାଉଛି ବିଦାୟ ନେଇ

ଦେଖିବିନି ବୋଲି ତୋ ବିଧବା ବେଶ

  ଆଗରୁ ଯାଉଛି ଶୋଇ


ମରିଗଲା ପରେ ମୋ ଶବ ଉପରେ

  କାନ୍ଦିବୁନି ରଖି ମଥା

ଦୂରେ ଥାଇ ଟିକେ ଦେଖିଦେଇ ଯିବୁ

 ମନରୁ ଲିଭିବ ବ୍ୟଥା


ଛଅଖଣ୍ତ ବାଉଁଶ ପାଳ ଦଉଡିରେ

 ବନ୍ଧା'ଏ କୋକେଇ ମୋର

ସ୍ୱାମୀ ସୁଖ ସାଥେ ବନ୍ଧା ତୋ'ଜୀବନ

 ସୁଖରେ କର'ତୁ ଘର


ଗାଆଁ ସେ ମୁଣ୍ତରେ ମଶାଣୀ ଭୂଇଁରେ

  ଜଳିବ ଯୁଇଟା ମୋର 

ପର କରି ଦେବେ ବନ୍ଧୁ ପରିଜନ

 କାଟିଲି ମୋହ ସଂସାର 


ଜୁଇର ନିଆଁରେ ଡହ ଡହ ହୋଇ

 ଯେବେ ମୋ ଜଳିବ ଯୁଇ

ମଶାଣୀ ଭୂଇଁରେ ଯୁଇ ନିଆଁ ତଳେ

  ରହିବି ପାଉଁଶ ହୋଇ



Rate this content
Log in