Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Others

4.0  

sudhakar sethi

Others

ଯାତ୍ରା ଝାରସୁଗୁଡା

ଯାତ୍ରା ଝାରସୁଗୁଡା

3 mins
26


ବୁଲି ବାହାରିଲୁ ପଶ୍ଚିମ ଓଡିଶା

ଝାରସୁଗୁଡାରେ ଦେଲୁ ପାଦ

ନାହିଁ ଲୋଡା ଯାନ ବାହାନ

ସେତ ଅଭିନବ ଯାତ୍ରା ପଥ ।


ଯାତ୍ରା ଏ ଭାବର ଯାତ୍ରା ଏ କାବ୍ୟର

ସପନରେ ଯାହା ଦିଶେ

ଅଜଣା ମୂଲକ ହୁଏ ପରିଚିତ

ହୃଦୟରେ ସେ ବସେ ।


ତୁମେ ଅଛ ସାଥି ହାତ ପରେ ହାତ

ଯାତ୍ରା ସୁଖ କରେ ଦ୍ବିଗୁଣିତ

ଏ ଯାତ୍ରାର ମଜା ଆହୁରି ବଢିଛି

ତୁମେ ଯେବେ ବଢାଇଛ ହାତ।


***

       । ୧।

ଝାରସୁଗୁଡାର ଭୌଗଳିକ ସ୍ଥିତି

ସତରେ କେତେ ନିଆରା  

ସୁନ୍ଦରଗଡ,ସମ୍ବଲପୁର ,ବରଗଡ

 ଜିଲ୍ଲା ତିନିପାଖେ

ଵଢାଏ ତାହାର ଶୋଭା  

      । ୨।

ଶ୍ରମର ମୂଲ ବୁଝନ୍ତି ସଭିଏଁ

ଶିଳ୍ପ ସମୃଦ୍ଧ ଜିଲ୍ଲାଟି ମୋର

ଜଙ୍ଗଲ ପାଣି ପବନ ସାଥି

ଭୂଲିକି ହେବ ମମତା ତାର ।

       । ୩ ।

ଇତିହାସର ପୃଷ୍ଠାକୁ ଯେବେ

ଯତନେ ଦିଏ ଓଲଟି 

ପାଟଳୀପୁତ୍ରର ଦେ

ସେ ଭବ୍ୟ ରୂପ

ଆଖି ଆଗେ ଯାଏ ଝଟକି ।

      । ୪ ।

କେତେ ଯୁଗର ଇତିହାସ

ଧରିଛି ହୃଦେ ସାଇତି

ବିକ୍ରମ ଖାଲ ଗୁମ୍ଫାରୁ ମିଳେ

ସେ ଯୁଗର ସ୍ଥପତି ।

      । ୫ ।

ସମ୍ବଲପୁର ପୁର ସହ ଭାବର ସମ୍ପର୍କ

ଏକ ନାଡୀ ଏଠି ଦୁଇ ଖଣ୍ଡ

ତିଲିଆରୁ ଡ଼ଙ୍ଗା ହେଲେ ପାର

ଦିଶଇ ସେ ସପନ ଭୂଖଣ୍ଡ।

        । ୬ ।

ଉଷ୍ଣପ୍ରସ୍ରବଣ କଥା ପଡି ଲେ ମନେ

ଲକ୍ଷ୍ମଧାର ଯାଏ ଦିଶି

କୁଇଲଘୁଘର ଜଳ ପ୍ରପାତ

ଆସଇ ସପନେ ଭାସି।

      । ୭ ।

ମାଟି ଏଠି କହଇ କଥା

କେତେ ସେ ରଙ୍ଗରେ ରଙ୍ଗେଇ

ଲାଲ ,ପଥୁରିଆ ,କୃଷ୍ଣ ବାଦାମୀ

ଭିନ୍ନଭିନ୍ନ ରୂପ ସେ ନେଇ ।

       । ୮ ।

ନାନା ରକମ ଖଣିଜ ପଥର

ହୃଦୟେ ରଖି ସାଇତି

ଶିଳ୍ପ ସମୃଦ୍ଧ ଜିଲାଟି ମୋର

ଖନନେ ବାଲୁକା,ଗ୍ରାନାଇଟ,

 ଚୁନ,କୋଇଲା ,ମାଙ୍କଡା

 ପଥର ଯାଏ ଦିଶି ।

      । ୯।

ସେ ସ୍ବର୍ଣିମ ଯୁଗର ଦିଶିଯାଏ ରୂପ 

କେ ବର୍ଣ୍ଣିପାରିବ କହ 

ଅଜାତ୍ରଶତ୍ରୁର ହାତେ ଗଢା ମୂଲକ 

ଅତିତ ତା ସ୍ବପ୍ନ ମୟ ।

       । ୧୦ ।

ପ୍ରକୃତି ଏଠି ଦେଇଛି ହସି

କେ ବର୍ଣ୍ଣି ପାରିବ ତା ଶୋଭା

ବଣ ଭୋଜି ପାଇଁ ଲାଗଇ ଭିଡ

ସତେ କେତେ ମନୋଲୋଭା

    । ୧୧।

ଶାକ୍ଯମୁନିଙ୍କ ଶେଷ ପରିଭ୍ରମଣ

ହୃଦୟେ ରଖିଛି ସାଇତି

ଭବିଷ୍ୟତ ବାଣୀ ହୋଇଛି ସତ

ଜଗତ ଆଖିରେ ଦିଶୁଛି ।

     । ୧୨।

ଅଦ୍ଭୁତ ଦର୍ଶନ ଦେଖିବାକୁ ମିଳେ

ଜଳ ମଧ୍ୟେ ଶିବଲିଙ୍ଗ 

ମହେଶ୍ବର ନାଥ ମହିମା ଅପାର

ହୃଦୟେ କରୁଣା ଭାବ ।

       । ୧୩ ।

ଗୀରି ଗୋବର୍ଦ୍ଧନ ପୂଜା ନିଆରା

ନିଆରା ଏଠି ପର୍ବ ପର୍ବାଣୀ

ଦୁର୍ଗାପୂଜା ରଥ ଯାତ୍ରାରେ ଦିଶେ 

କେତେକେତେ ନୂଆ କାହାଣୀ । 

      । ୧୪ ।

ଧାତୁକୁ ନେଇ ନାନାଦି ଶିଳ୍ପ

ଜଗତେ ଆଣିଛି ଖ୍ୟାତି

ରେଳ, ବାୟୁ ,ସଡ଼କ ପଥେ 

ସଂଯୋଗ ଯାଏ ଦିଶି ।

      । ୧୫ ।

ନିକଟ ଅତିତରେ ପ୍ରଧାନମନ୍ତ୍ରୀ

କରିଛନ୍ତି ଉଦଘାଟନ

ବୀର ସୁରେନ୍ଦ୍ର ସାଏ ଉଡ଼ଆଜାହାଜ

 ପଡିଆ

ପାଇଛି ନବ ଜନମ ।

     । ୧୬ ।

ଉଣେଇଶ ଚଉରା ନବେ

ମିଳିଲା ପରିଚୟ

ପଶ୍ଚିମ ଓଡିଶାରର ନବ ମୂଲକ

ସ୍ବାଧୀନତ୍ତୋର ଭାରତର 

 ସଫଳ ଗାଥା

ଲେଖିଲା ନବ ଇତିହାସ ।

      । ୧୭ ।

ଭିନ୍ନଭିନ୍ନ ଜାତି ଭାଷାର ଭିନ୍ନତା

ତଥାପି ଗୋଟିଏ ନାରା

ସବରା, କିଶାନ ,ମୁଣ୍ଡା କରୁକୁ,

 ସାନ୍ତାଳ,ଭୁୟାଁ

ପରିଚୟ ନାହିଁ ଲୋଡା ।

     ।  ୧୮ ।

ପଶ୍ଚିମ ରେ ବହେ ଇବ ନଦୀ

ସମୃଦ୍ଧ ଗାଥା ଧରି ବୁକେ

କୃଷକର ସାଥି ଶିଳ୍ପର ପ୍ରଗତି

ସଭିଙ୍କ ହୃଦ ଚେହେରା ଦିଶି।

       । ୧୯ ।

ଦକ୍ଷିଣରେ ଵହେ ଭେଦେନ

କାହାଣୀ ତାର ମନଜୀଣା

ସ୍ବର୍ଣ୍ଣମୟୀ ଯୁଗରେ ସେ ସାଖି

ହେବନି କେଵେ ଅପାସୋରା ।

      । ୨୦ ।

ଭାରି ସରଳ ଆମର ମନ

ନାହିଁ କିଛି ଭେଦଭାବ

ମାଦଲ ଚାଙ୍ଗୁ ଶଵଦ ଶୁଭିଲେ

ହୃଦୟେ ଭାସେ ବଉଦ ।

     । ୨୧ ।

ସ୍ବାଧୀନତା ଲଢେ଼ଇରେ ନୁହଁ ପଛୁଆ 

ସଙ୍ଗ୍ରାମେ ସହଭାଗୀତା

ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଦେଶପ୍ରେମ

 ଆଗେ

ଦୁନିଆ ଲାଗଇ ଫିକା ।

     । ୨୨ ।

କଳକାରଖାନା ଧୂଳି ଧୂଆଁରେ

ପ୍ରଦୁଷଣ ବଢି ଚାଲିଛି

କୋଇଲା ଗୁଣ୍ଡ କଲାଣି ଆତିଷ୍ଟ 

ସହର ସାରା ଛାଇଛି ।

       । ୨୩ ।

ଶିଳ୍ପ ସିନା ଚାଲେ ଵଢିଵଢି

ଏପଟେ ଜଙ୍ଗଲ ହେଲାଣି ନାଶ

ପ୍ରକୃତିର ସେ ନୈସର୍ଗିକତା

ଧୀରେଧୀରେ ହେବତ ନିଶ୍ଚେ ଶେଷ ।

     । ୨୪ ।

ରାଜା ରାଜୁଡା ଜମିଦାରୀ ଶେଷ

ଶେଷ ସେ ହୁକୁମ ହାକିମା

ସ୍ଵାଧୀନ ଭାରତର ନାଗରିକ ଆମେ

କେଉଁ କଥା ନାହିଁ ଜଣା ।

     । ୨୫ ।

ପାହାଡି ମୂଲକେ ଥକି ପଡେ ପାଦ

ପାରୁନି ଆଉ ସମ୍ଭାଳି 

ଘଡିର ନିର୍ଦଶ ମାନିବାକୁ ହେବ

ଏ ପଟେ ଶରୀର ଯାଏ ବିଗିଡି

     । ୨୬ ।

କଣିବିନି କିଛି ନେଵିନି ଘରକୁ

କରୋନା ଜଗିଛି ବାଟ

ଵୁଝିବି ଅବୁଝା ମାନୁନି ମନ

ଭୂଲି ପାରୁନି ସେ କାଳିଆର ନାଟ ।


***

ସରିଗଲା ଦେଖା ଫେରିବାକୁ ହେବ

ସମୟ ଦେଲାଣି କହି

ଅଝଟ କଲମ ଆଉ ଚାଲୁ ନାହିଁ

ପଡିଲାଣି ସେ ଘୁମେଇ ।



Rate this content
Log in