ଯାଜ୍ଞସେନୀ
ଯାଜ୍ଞସେନୀ
ଯୂଗ ପରେ ଯୁଗ ବିତିଯାଏ
କାଳର ଗର୍ଭରେ
ମୁଁ କିନ୍ତୁ ପରିଚିତା ମହାଭାରତର
ରାଜରାଜେଶ୍ବରୀ ଦୌପଦୀ ନାମରେ
କୁହ ମୋତେ ଯାଜ୍ଞସେନୀ
କିଷ୍ଣା ଅବା ଦ୍ରୁପଦଙ୍କ କନ୍ୟା
ମୁଁ ଅଗ୍ନିସମ୍ଭୁତା, ଭୂମିଜା ମୁଁ
ପାଞ୍ଚାଳର ଅଳିଅଳି ରତ୍ନା
ମହା ଧନୁର୍ଦ୍ଧର ଯୋଦ୍ଧା ,
ଶୌର୍ଯ୍ୟ, ବୀର, ସଂଯମଷୁରୁଷ
କେହି ନୁହେଁ ତାଙ୍କ ସମତୁଲ
ମୁଁ ନାରୀ, ମୁଁ କୁଳବଧୂ
ମୁଁ ପାଣ୍ଡବଙ୍କ ଗୃହ ପାଟରାଣୀ
ତଥାପି ମୁଁ ବାଣ୍ଟି ହେଲି
ପାଞ୍ଚ ଷୁରୁଷରେ
ନୀରବ ମୋ ଅନ୍ତର କାହାଣୀ
ବୟୋଜ୍ୟେଷ୍ଠ, ସମ୍ନାନୀୟ
ରାଜସଭା ବେଳେ
ମୁଁ କାହିଁ ବାଜି ଲାଗିଲି
କପଟ ପଶାରେ
ହଁ....ମୁଁ ଚୁପଚାପ୍ ସହିଥିଲି
ନାରୀଟିଏ ବୋଲି
ଅସହାୟତା କୁ ପିଙ୍ଗିଥିଲି
ଗର୍ବରେ ମୁଁ ବୀରଶ୍ରେଷ୍ଠ ପ୍ରାର୍ଥ ପତ୍ନୀ
ବିଶ୍ବାସରେ ଭରି, ବିଶ୍ବାସରେ ଭରି
କାହିଁକି ମୁଁ...............
ଦୁଷ୍ଟ ଦୁଃଶାସନ ହସ୍ତେ
ଲଜ୍ୟାକୁ ତେଜିଲି
ସର୍ବ ସଭାଜନ ପାଶେ
ନିନ୍ଦିତା ମୁଁ ହେଲି
ଆଜି ମୁଁ ଉତ୍ତର ମାଗେ
କ'ଣ ଥିଲା ଦୋଷ ମୋର
ଖାଲି କଣ ନାରୀଟିଏ ବୋଲି