STORYMIRROR

Sasmita Mohapatra

Others

4  

Sasmita Mohapatra

Others

ଯାଜ୍ଞସେନୀ

ଯାଜ୍ଞସେନୀ

1 min
485


ଯୂଗ ପରେ ଯୁଗ ବିତିଯାଏ

କାଳର ଗର୍ଭରେ

ମୁଁ କିନ୍ତୁ ପରିଚିତା ମହାଭାରତର

ରାଜରାଜେଶ୍ବରୀ ଦୌପଦୀ ନାମରେ

କୁହ ମୋତେ ଯାଜ୍ଞସେନୀ

କିଷ୍ଣା ଅବା ଦ୍ରୁପଦଙ୍କ କନ୍ୟା

ମୁଁ ଅଗ୍ନିସମ୍ଭୁତା, ଭୂମିଜା ମୁଁ

ପାଞ୍ଚାଳର ଅଳିଅଳି ରତ୍ନା

ମହା ଧନୁର୍ଦ୍ଧର ଯୋଦ୍ଧା ,

ଶୌର୍ଯ୍ୟ, ବୀର, ସଂଯମଷୁରୁଷ

କେହି ନୁହେଁ ତାଙ୍କ ସମତୁଲ

ମୁଁ ନାରୀ, ମୁଁ କୁଳବଧୂ

ମୁଁ ପାଣ୍ଡବଙ୍କ ଗୃହ ପାଟରାଣୀ

ତଥାପି ମୁଁ ବାଣ୍ଟି ହେଲି

ପାଞ୍ଚ ଷୁରୁଷରେ

ନୀରବ ମୋ ଅନ୍ତର କାହାଣୀ

ବୟୋଜ୍ୟେଷ୍ଠ, ସମ୍ନାନୀୟ

ରାଜସଭା ବେଳେ

ମୁଁ କାହିଁ ବାଜି ଲାଗିଲି

କପଟ ପଶାରେ

ହଁ....ମୁଁ ଚୁପଚାପ୍ ସହିଥିଲି

ନାରୀଟିଏ ବୋଲି

ଅସହାୟତା କୁ ପିଙ୍ଗିଥିଲି

ଗର୍ବରେ ମୁଁ ବୀରଶ୍ରେଷ୍ଠ ପ୍ରାର୍ଥ ପତ୍ନୀ

ବିଶ୍ବାସରେ ଭରି, ବିଶ୍ବାସରେ ଭରି

କାହିଁକି ମୁଁ...............

ଦୁଷ୍ଟ ଦୁଃଶାସନ ହସ୍ତେ

ଲଜ୍ୟାକୁ ତେଜିଲି

ସର୍ବ ସଭାଜନ ପାଶେ

ନିନ୍ଦିତା ମୁଁ ହେଲି

ଆଜି ମୁଁ ଉତ୍ତର ମାଗେ

କ'ଣ ଥିଲା ଦୋଷ ମୋର

ଖାଲି କଣ ନାରୀଟିଏ ବୋଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍