ଯାଃ..
ଯାଃ..
ହଇରେ କରୋନା ତୁ କାଇଁ କାନ୍ଦୁଛୁରେ ?
ତୋର ପୁଣି କି ଦୁଃଖ ଅଛି !
ଏ ମୋର ଏ ମୋର ଲକ୍ଷଣ ଦିଶେନା କିଛି ?
ହଇରେ ଲକ୍ଷଣ ତୁ କାଇଁ ଦିଶିଲୁନି ?
ଏବେ କିଏ ରୋଗୀ କେମିତି ଜାଣିବା !
ଏ ମୋତେ ଏ ମୋତେ କିଟ୍ ଯେ କ୍ଲିନ୍ ଚିଟ୍ ଦେଇଛି !
ହଇରେ କରୋନା ତୁ କଣ କରିବୁ ଏବେ ?
କେମିତି ନିଜକୁ ଖୋଜିବୁ ?
ଏ ମୁଁ ଏ ମୁଁ ଯେ ସେଇ କଥାକୁ ଭାବୁଛି !
ତୁ ପରା ଅବିନାଶୀ ସତରେ ଅବିଶ୍ବାସୀ ?
ଯାଉନୁ ହୋଇ ପରଦେଶୀ ?
ଏ ମୁଁ ଯେ ଏ ମୁଁ ଯେ ସେଇକଥା ହିଁ ଭାବୁଛି !
ହଇରେ ଭୁତାଣୁ ତୁ ଟିକେ ଡରୁଛୁ କି ?
ତୋ କଣ୍ଠ ଯାଉଛି ଯେ ଶୁଖି !
ଏ ମୋତେ ଏ ମୋତେ କେହି ନ ଡରନ୍ତି ଦେଖି !
କେମିତି ଜାଣିଲୁ କହିବୁ କି ମୋତେ ?
କଣ ଯେ ଏପରି ହେଲା ?
ଭାରତକୁ ଆସି କହରେ କରୋନା ତୋର କେଉଁ ଦଶା ହେଲା ?
କୋଭିଡ ମୋ ନାମ ରେ ଆତଙ୍କ ମୋ କାମ ।
ଦେଶ ଦେଶ ବୁଲି କରେ କଲବଲ ।
ଭାରତେ ହେଲି ବଦନାମ ।
ଘରେ ରହିଲେ ସବୁ ଯେତେ କଷ୍ଟ ହେଲେ ବି !
ବାହାରେ ବୁଲିଲେ ନାହିଁ !
କିପରି ଆଉ ମୁଁ ବ୍ୟାପିବି ଏଥର ଦେହରୁ ଦେହକୁ ଡେଇଁ ?
ପ୍ରଥମେ ରହିଲେ ଘର ଭିତରେ ସବୁ !
ଏବେ କିଟ୍ ବି ହେଲା ଖରାପ !
ଯେତେ ଚେଷ୍ଟା କଲେ ଭାରତ ମାଟିରେ ଆସୁଛି ମୋ ମନେ ସନ୍ତାପ !
ଏତେ ଲୋକ ଏଠି ଭରି ରହିଛନ୍ତି !
କିନ୍ତୁ ଚାଲାକ ଯେ ସବୁ ଅତି !
ଏମାନଙ୍କୁ ସତେ ମୋ ପରି ଭାଇରସ ପାରିବନି କେବେ ଜିତି !
ଯେତେ ଆସିଲେ ବି ଆପଦ ବିପଦ !
ଭାରତେ ମୁଣ୍ଡ ନୋଇଁବ !
ଏକତାକୁ ଦେଖି ଏଠି ସଭିଙ୍କର ସତେ ତା ବୁଦ୍ଧି ହଜିବ !
ଆସିଲା ଦିନଠୁ ମୋ ନାମେ କେତେ ଯେ !
ବ୍ୟଙ୍ଗ ସବୁ କରୁଛନ୍ତି !
ଏତେ ଲୋକ ସବୁ ଆଗଭର ହୋଇ ମୋ ସହିତ ଲଢ଼ୁଛନ୍ତି !
ଏ ଦେଶ ଯେ ଅଟେ ସତେ ବୀରଙ୍କର !
ଏଠି ନିର୍ଭୟ ସବୁ ଦେଶବାସୀ !
କରୋନା ଯୁଦ୍ଧର ସିପାହୀ ସମସ୍ତେ କଷଣେ ଦିଅନ୍ତି ହସି !
ଆମେରିକା ହେଉ ସ୍ପେନ କି ଇଟାଲୀ !
ସଭିଙ୍କୁ ଗ୍ରାସିଲି ମୁହିଁ !
ଭାରତ ଆସି କିନ୍ତୁ ଦେଖ ଆଜି ମୁଁ ଯେ କାନ୍ଦୁଅଛି କଇଁ କଇଁ !
ମୁଁ କାନ୍ଦୁଅଛି କଇଁ କଇଁ
ଏଥର
ଯିବି ଏଠୁ ଶୀଘ୍ର ଧାଇଁ
ହଁ ଯିବି ଏଠୁ ଶୀଘ୍ର ଧାଇଁ ।