STORYMIRROR

ବି. ନିରୁପମା

Others

4  

ବି. ନିରୁପମା

Others

ଯାଚି ଦିଅ ସଦାଶିବ

ଯାଚି ଦିଅ ସଦାଶିବ

1 min
383

ଜଟାରୁ ତୁମର ଝର ଝର ହୋଇ

ଗଙ୍ଗା ଯାଉଅଛି ଝରି ,

କଳ କଳ ନାଦେ ଜଗତଜନଙ୍କ 

କଳୁଷ ନେଉଛି ହରି ।


ଡମ ଡମ ନାଦେ ଡମ୍ବରୁ ବାଜିକି

ଶୁଣାଏ ଅଭୟ ଘୋଷ ,

ଧର୍ମ ସଂସ୍ଥାପନ ସକାଶେ ତ୍ରିଶୂଳ 

ପାପୀ ଯେତେ କରେ ନାଶ ।


ନନ୍ଦୀ ,ଭୃଙ୍ଗୀ ତାଙ୍କ ଶକ୍ତି ପ୍ରକାଶନ୍ତି

ଶିବଗଣ ସହିତରେ ,

ମାଆ ଜଗତର କଲ୍ୟାଣ ସକାଶେ

ଓହ୍ଲାଅନ୍ତି ମରତରେ ।


ମହାଯୋଗୀ ତୁମେ ଯୋଗରେ ମଗନ

ଏ ବିଶ୍ବ କଲ୍ୟାଣ ପାଇଁ ,

ଅଳପରେ ତୋଷ ହୋଇ ହେ ମହେଶ

ଭକ୍ତ ପାଶେ ଆସ ଧାଇଁ ।


ନିମିଷକେ ତୁମେ ଲଲାଟ ଲେଖାକୁ

ବଦଳେଇ ଆହେ-ଦେବ ,

ଦୁଃଖ ହରି ନେଇ ସୁଖ ଆଉ ଶାନ୍ତି

ଯାଚି ଦିଅ ସଦାଶିବ ।



Rate this content
Log in