STORYMIRROR

Trushna Das

Others

4  

Trushna Das

Others

ଉତ୍ତାଳ ତରଙ୍ଗ

ଉତ୍ତାଳ ତରଙ୍ଗ

1 min
201

ମନରେ ଉଠୁଛି ଉତ୍ତାଳ ତରଙ୍ଗ

   ହୃଦୟ ସାଜିଛି ଆଜି ସମୁଦ୍ର 

ମହାବାତ୍ୟା ସୃଷ୍ଟି ହୋଇଛି ମନର ଲଘୁଚାପରେ

   ବର୍ଷା ଭାବେ ଝର ଝର ହୋଇ ବରଷି ଯାଉଛି ଲୁହ ଆଖିରୁ ଯେ। 


ହୃଦୟରେ ଜାକି ହୋଇ ରହିଛି

   କେତେ ଭାବନା, କେତେ ସ୍ମୃତି 

ସୃଷ୍ଟି କରୁଛି ତାହା କେତେ ଲହରୀ 

   ଜୀବନର ପ୍ରତିଟି ମୁହୂର୍ତ୍ତ ଆଜି ସାଜିଛି ଗୋଟିଏ ଗୋଟିଏ କାହାଣୀ।। 


ହୃଦୟର ସେ ଅକୁହା କଥା 

   ଓଠ କହି ପାରେ ନାହିଁ ସିନା

ହୃଦୟର ସେ ଝଡ ଆଜି ବହିଯାଏ

   ଆଖିର ଲୁହ ହୋଇ ନିରବତାରେ।।


ମନରେ ଥିଲା ବହୁ ସପନ

   ଆଜି ହୃଦୟର ମହାବାତ୍ୟାର ପ୍ରକୋପ 

କରିଲା ସବୁକୁ ଚୁରମାର 

   ମନରେ ରହିଗଲା ତାର ଧ୍ୱଂସ ଅବଶେଷ।।


ଆଜି ମନ କରୁଛି ପ୍ରଶ୍ନ ହୃଦୟକୁ

   କାହିଁକି ଦେଲୁ ତୁ ଅଧିକାର ଆଉ କାହାକୁ 

ମୁଁ ତ ବାୟା ପକ୍ଷୀ 

   ଚିହ୍ନି ପାରେ ନାହିଁ କାହାକୁ ଏତେ ଜଲଦି

ତୁ ତ କରୁ ସବୁ ବୁଝି ବିଚାରି 

   ଆଜି କେମିତି କଲୁ ଏ ବଡ ଭୂଲ ଆଉ କାହାକୁ ନି ପଖେ ସ୍ଥାନ ଦେଇ। 


ହୃଦୟ କୁହେ ହସି ଦେଇ 

   ହେ ମୋର ମନ ଚଢେଇ 

ମୁଁ ପରା ତୋ ହାତେ ବନ୍ଧା

   ହଜାଇ ବସେ ନିଜ ବୁଦ୍ଧି ତ ଖୁସି ପାଇଁ ପରା। 


ମନରେ ଉଠୁଛି ଉତ୍ତାଳ ତରଙ୍ଗ 

   ନାଚି ଉଠୁଛି ସ୍ମୃତି ଅତୀତର 

ହୃଦୟ କହୁଛି ଆଖିକୁ ହୋଇ ଯା ତୁ ଚୁପ

   ଓଠ ପରି କର ଅଭିନୟ, କାରଣ ଏଇଠି କେହି ନୁହଁନ୍ତି ନିଜର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍