STORYMIRROR

Sasmita Mohapatra

Others

4  

Sasmita Mohapatra

Others

ଉତ୍କଳମଣି

ଉତ୍କଳମଣି

1 min
292


ସୁଆଣ୍ଡୋ ଗ୍ରାମର ପ୍ରାଚୀ ଦେଶୁ ହସି

କିରଣ ବିଛାଇ ଆସନ୍ତି ରବି

ଛଇଳ ଚପଳ ସଙ୍ଗୀତ ତାନରେ

ଗରବେ ଉଛୁଳି ଉଠେ ଭାର୍ଗବୀ(୧)


କାହାପାଇଁ ମୃଦୃ ମନ୍ଦ ମନ୍ଦ ସ୍ବରେ

ହଜିଲା କାହାଣୀ ସମୀର ଗାଏ

ତରୁ ଡାଳେ ବସି ବିରହେ ବିହଙ୍ଗ

ସତେ କି ଫେରିବ ଅନାଇ ଥାଏ(୨)


ବକୁଳ ବନର ଛୁରୀଅନା କୋଳ

ଯୋଗ୍ୟପୁତ୍ର ପାଇଁ ପଡିଛି ଖାଲି

ସତ୍ୟବାଦୀରେ ସ୍ମୃତିର ମହକ

ପ୍ରିୟଜନ ତାର ନାହାଁନ୍ତି ଭୂଲି(୩)


ଋଦ୍ଧ ବାତାୟନ ହଜାରିବାଗ୍ ର

ହାତ ଠାରି ଡାକେ ଲୁହା ଶୃଙ୍ଖଳ

କାହାର ଆଶ୍ଲେଷ ପାଇଁ ସେ ଆଜି ବି

ଅପୂର୍ବ ପ୍ରୀତିରେ ହୁଏ ଅଧୀର(୪)


କବି ବା ଭାବୁକ ଦେଶପ୍ରେମୀଙ୍କର

ପାଣ୍ଡୁଲିପି ଗାଏ ଗୌରବ ଗାଥା

ଲକ୍ଷ ଜନମନ ପ୍ରାଣରେ ରହିଛି

ତାଙ୍କରି ଅଲିଭା ଅଭୂଲା ବ୍ୟଥା(୫)


ଚାହିଁ ରହିଅଛି ଉତ୍କଳ ଜନନୀ

ପୁଣି କି ଜନ୍ମିବ ସେ,"ଗୋପବନ୍ଧୁ"

ଶତ ଦୁଃଖି ଚକ୍ଷୁ ଲୁହ ଦେଇ ପୋଛି

ଅନ୍ଧାର ଜୀବନେ ଉଇଁବ ଇନ୍ଦୁ(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍