Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaji Sethi

Children Stories Inspirational

4.5  

Balaji Sethi

Children Stories Inspirational

ଉତ୍କଳ ମହାତ୍ମା ଉତ୍କଳମଣି

ଉତ୍କଳ ମହାତ୍ମା ଉତ୍କଳମଣି

1 min
515


ଉତ୍କଳୀୟ ଆତ୍ମା ଉତ୍କଳ ମହାତ୍ମା

ଦରଦୀ କରୁଣା ସିନ୍ଧୁ

ଉତ୍କଳ ମାଟିର ଗର୍ବ ଗଉରବ

କର୍ମଯୋଗୀ ଗୋପବନ୍ଧୁ ।


କେଉଁ ଉପାଦାନେ ହୃଦୟ ତୁମ୍ଭରି

ବିଧାତା ଥିଲାକ ଗଢ଼ି

ପୀଡିତ ଅନ୍ତର ଅବ୍ୟକ୍ତ ରୋଦନ

ପାରୁଥିଲ ତୁମ୍ଭେ ପଢ଼ି ।


ହୃଦୁ ଝରୁଥିଲା ଲୋତକର ଝର

ନୟନୁ ରୁଧିର ଧାର

ରଙ୍କିର ଉଦର ଭରୁଥିଲ ତୁମ୍ଭେ

ନିଜେ ଉପବାସେ ସ୍ଥିର ।


ଦଳିତ,ପୀଡିତ, ନିଶ୍ୱ, ଅରକ୍ଷିତ

ଦେଖି କାନ୍ଦୁଥିଲ ତୁମ୍ଭେ

ନିଜକୁ ସମର୍ପି ସ୍ୱାର୍ଥମେଧ ଯଜ୍ଞେ

ଦେଶସେବା ମନ୍ତ୍ର ଦମ୍ଭେ ।


ସତତ ମହତେ ସତ ତମ ହତେ

ବକୁଳର କର୍ମଶାଳ

ସାକ୍ଷୀ ଅଛି ସେହି ଗଢ଼ିଥିଲ ଯହିଁ

ମଣିଷ ତିଆରି କଳ ।


ଭାଷା ପ୍ରୀତି ନଈ ଅନ୍ତରରୁ ବହି 

ହୃଦେ ହୃଦ ସ୍ପର୍ଶ କରି

ଗୁରୁ ଗମ୍ଭୀର ଓଜସ୍ୱିନୀ ଗୀର

ବକ୍ତୃତାରୁ ପଡେ ଝରି ।


ପ୍ରଥମ ଦୈନିକ ଖବର ସମାଜ

 ଛପାଇଲ ଛାପାକଳେ

ଦୂର ଦୂରାନ୍ତର ଅଶୁଣା ଖବର

ଦେଲ ହାତ ପାଆନ୍ତାରେ ।


କୋଟି ତାରା ମେଳେ ତୁମେ ପୂର୍ଣ୍ଣ ଶଶୀ

ତୁମେ ବାସ୍ତବ ଉତ୍କଳ ମଣି

ଅମ୍ଳାନ ରହିବ କୀର୍ତ୍ତି ସ୍ତମ୍ଭ ତବ

କାଳ ପ୍ରବାହକୁ ଜିଣି ।


Rate this content
Log in