ଉପହାର
ଉପହାର
ମୁଁ ବଣ୍ଡା ଘାଟିର ଶୁକ୍ରୀ ମୁଦୁଲି
ମୋତେ କଣ ପଚାରୁଛ ଉପହାର ମାନେ
ସୁରୁଜ ଉଇଁଲେ କାମକୁ ଜିମି
କ୍ଷେତ କଥା ବୁଯିମି।
ଗାଈ ଗୋରୁ କଥା ବୁଯିମି।
ସକାଳ ବେଳା ପଖାଳ ପାଣି ସାଙ୍ଗକୁ ଆମ୍ବୁଲ ଟିକେ ହେନେ ହେଇଯାଏ
ଛୁଆ ପିଲା କାନ୍ଦିଲେ ମୁଢି ମୁଠେ କେତେବେଳେ ପାଏ କି ନାହିଁ
ମରଦ ମୋର ତୁରାଣୀ ପାଣି ସହ ଶୁଖୁଆ ନହେନେ
ଶାଗ ଟିକେ ଖୋଜେ।
ସେତକ ମିଳିଗଲେ ତାର ବାହାଘର।
ପେଟ ପେଁଇଁ ତୋ ସବୁ ଜାତ ରା
ମୁ କେନ୍ତା ଜାଣିବି ଉପହାର କିସ
ସେଟା ଜଙ୍ଗଲ ର ଫଳ କି ଚେର କି ମୂଳ
ମୁ ଜାଣିମି କେରକମ
ବେଳେବେଳେ ବାବୁ ଘର ମା ମୋତେ
ଘରକୁ ଡାକନ୍ତି କାହାର ଝିଅ ପୁଅ ବା
ଘର କି ପୁଆତି ଘର କି ଶୁଧ ଘର ହେନେ
କାମ ଦିଅନ୍ତି ଆଉ ତା ପରେ ପଇସା କଉଡ଼ି ଦେଇ
ଶାଢ଼ୀ ଖଣ୍ଡେ କି ଛୁଆ ନୁଗା ଗୋଟେ ଯୋଡ଼େ ଦେଇ କହନ୍ତି
ଏତକ ନେଇ ଯା ଆଉ କେତେ ବେଳେ ଡାକିଦେଲେ
ଚାଲିଆସିବୁ । ସେତେ ବେଳେ ମନଟା ଭାରି ଖୁସି ନାଗେ
ଘରକୁ ଆସିନେ ଛୁଆ ସବୁ ନାଚିତେ ଲାଗନ୍ତି
ଆଉ କିସ କହିମି
ଝଡ଼ ପବନକୁ ଭାରି ଡର
ତୁଫାନ ଆସିନେ ଘର ସବୁ ପାଣିରେ ବୁଡୁଥାଏ
ସରକାର ଇସ୍କୁଲ ଘରେ ରହିତେ ଦିଅନ୍ତି
ସାଇ ସାରା ନୋକ ଜମା ହେନେ
କଣ ଗୁଟେ ପକେଟ ଧରେଇ କୁହନ୍ତି
ଆଜି ପେଁଇଁ ଏତକ ।
ଛୁଆ ପିଲା ନେଇ ପୁଣି ତା ପର ଦିନ ଗନେ ଖାଇତେ ଦିଅନ୍ତି।
ବେଳେବେଳେ ଗାଁକୁ ମଟର ଗାଡି ଆସେ।
ଆଉ ନୁକ ମାନେ
ଆମକୁ ଡାକି ଘୁଢି ତେ କମ୍ବଳ ନହେନେ ଚାଦର ଦିଅନ୍ତି
ଆମପେଁଇଁ ଏ ସବୁ ତୁମ ଭାଷାର ଗୁଟେ ଗୁଟେ ଉପହାର ରଙ୍କ ନାଗେ।
ମୈତ୍ରେୟୀ କମିଳା
