ଉପହାର
ଉପହାର
ଉପହାର
! ! ! ! ! ! ! ! ! ! ! ! ! ! ! ! ! ! ! ! !
ଉପହାର ଦାନ ପ୍ରେମ ପ୍ରତିଦାନ
ଜୀବନର ହସ ଫୁଲ
ସମୃଦ୍ଧି ବିଜୟ ଆଶା ଆକାଂକ୍ଷାର
ମୂଲତା' ଅମୂଲ ମୂଲ !!
ସର୍ବାଗ୍ରେ ଉତ୍କର୍ଷେ ଉପହାର ବର୍ଷେ
ପ୍ରେମର ମର୍ଯ୍ୟାଦା ପାଇଁ
ପ୍ରେମର ପ୍ରେମୀକ ବିଶିଷ୍ଟ ସାଧକ
ସମର୍ପଣେ ଉଠେ ଚେଇଁ ! !
ପ୍ରେମର ଆଦର୍ଶ ତ୍ୟାଗପୂତ ଚିତ୍ତ
ସର୍ବଶ୍ରେଷ୍ଠ ଉପହାର
ପ୍ରେମୀକ ପ୍ରେମିକା ସର୍ବ ଜନାଦୃତା
ଏ'ବ୍ରତକୁ ଉପଚାର ! !
ଧନଜନ ମନ ପବିତ୍ର ଆସ୍ଥାନ
ସତ୍ୟର ପ୍ରତୀତି ଛବି
ମହା ଭେଟଘାଟ ଅପୂର୍ବ ମିଳନ
ଉପହାରେ ଅନୁଭବି ! !
ସରଗ ମୁକୁତା ନାଇଁବାକୁ ଇଚ୍ଛା
ପ୍ରେମିକା'ର ମନଭାଷା
ପ୍ରେମୀକ ରସିକ ବଡ଼ ସାହାସିକ
ସରଗକୁ ଖୋଜେ ରାସ୍ତା ! !
କବିର କବିତା ଚାରୁ ବନଲତା
ଔପଚାରେ ଉଦ୍ଭାସିତ
କବିପ୍ରାଣ ଯୋଗ୍ୟ ଉପହାର ମିତ
କବି' କିନ୍ତୁ ଉପେକ୍ଷିତ ! !
ହେ'ଉପହାର ଦାତା ହେଜଏ ବାରତା
ଯୋଗ୍ୟଭବ୍ୟ ବର ପୁତ୍ର
କବିର ସାଧନା ଜୀବନ ଯମୁନା
କବି ଉପହାର ମିତ୍ର ! !
ପ୍ରାଣ ପ୍ରତିଷ୍ଠାତା ଆହେ ' ସୃଷ୍ଟିକର୍ତ୍ତା
ତବ' କୃତି ସର୍ବଶ୍ରେଷ୍ଠ
ଏହି ଉପହାର ତ୍ରୀପୁରେ ଆଦର
ସର୍ବଜନେ ଏକନିଷ୍ଠ ! !
@ @ @ @ @ @ @ @ @ @ @ @ @ @ @ @ @ @
ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କାଟକ ,