ଉନ୍ମୁକ୍ତ
ଉନ୍ମୁକ୍ତ
ଏଇ ଶୁଣନା ! ହୁଁ କୁହ
ଵାସ୍ ଏତିକି ରେ ସରିଯାଏ
ଦିନଯାକର କଥା
ଥରେ ହେଲେ କେବେ ପଚାରନ୍ତିନି
କଣ କହିବାକୁ ଚାହେଁ ମୁଁ ?
ମୋତେ ଆଶ୍ଚର୍ଯ୍ୟ ଲାଗେ
ଏମିତି ଏକ ମଣିଷ ପାଖରେ
ଏତେ ଦିନ କେମିତି ବିତିଗଲା ସତେ
ନା ମୁଁ କେବେ ଅଭିମାନ କରିନି ।
ସେ ଲାଗି
ତଥାପି
ନାରୀ ଟିଏ ମୁଁ
କଣ ସେତିକି ରେ ପ୍ରାପ୍ୟ
ହୋଇଯାଏ ସବୁ
କେଵଳ ରାତିର କୋମଳ ଶଯ୍ୟାର
ଶଯ୍ୟା ସଙ୍ଗିନୀ ନୁହେଁ ମୁଁ ।
ତୁମ ସାତ ଜନ୍ମ ପାଇଁ ବନ୍ଦିନୀ
ଏକ ନିରୀହ ପକ୍ଷୀଟିଏ ପରି
କେତେ ଦିନ ଫିଙ୍ଗୁଥିବ
ଦାନା ମୋତେ
ମୋର ମୁକ୍ତି ଲୋଡା
ଲୋଡା ନାହିଁ ।
ତୁମ ର ସ୍ବର୍ଣ୍ଣ ର ପଞ୍ଜୁରୀ
କି ହାତଟେକା ମୁଠାଏ ଦାନା
ଦବ ଯଦି ଦିଅ ମୋତେ ମୁକ୍ତି
ଏ ଅବିଶ୍ବାସର ଶୃଙ୍ଖଳରୁ
ରଖିବ ଯଦି ରଖ ତୁମ ହୃଦୟରେ
ନଚେତ ଉନ୍ମୁକ୍ତ କର
ତୁମ ସାରା ଜୀବନରୁ ।