ଉଈ
ଉଈ
ଗୋଡ଼ ତା ବାଙ୍ଗରା ମୁଣ୍ଡଟା ଟାଙ୍ଗରା
ଜଳ ଦେବତାଙ୍କ ଭାଇ
ମାଟିରେ ଥାଈ ଯେ ପେଟକୁ ପୂରାଏ
ନାମଟି ତାହାରି ଉଈ ୲
ଯାଏ ଯେଉଁ ଆଡ଼େ ଜଳ ତା ସାଥିରେ
ଆଗକୁ ଯାଉଛି ମାଡ଼ି
ଉଈ ଚରିଯାଇ ସବୁ ଖାଇପାରେ
ଅଗ୍ନି ଦେବତାଙ୍କୁ ଛାଡ଼ି ୲
ମାଟିରେ ତା ଘର ହୁଙ୍କା ଯା ନିଜର
ତଥାପି ଭାଲୁକୁ ଡର
ନାଗ ନାଗୁଣୀଏ ରହି ତା'ର ଘରେ
କରନ୍ତି ସୁରକ୍ଷା ତା'ର ୲
ଦଶହରା ବେଳେ ଲୋଡ଼ା ହୁଙ୍କା ମାଟି
ମିଶିଛି ତା ଲାଳ ଯହିଁ
ଜଗତ ଜନନୀ ମୂର୍ତ୍ତି ପୂଜା କାଳେ
ନିଜକୁ ଶ୍ରେଷ୍ଠ ଭାବଇ ୲
ବରଷା କାଳରେ ପର ଧରି ଥାଇ
ଝଡ଼ି ପୋକ ନାମ ବହି
କଲୋନୀକୁ ଛାଡ଼ି ଉର୍ଜା ଦିଗେ ମାଡ଼ି
ପରାଣ ବଳି ଦିଅଇ ୲
ଉଈ ଚରି ଯାଇ ମୂଲ୍ୟବାନ ଚିଜ
ଜେହ୍ନେ ନଷ୍ଟ ହୋଇଥାଇ
ଉଈ ଚରି ଗଲେ ମଣିଷର ବୁଦ୍ଧି
ସମୂଳେ ଭ୍ରଷ୍ଠ ହୁଅଇ ୲
