STORYMIRROR

Bharatabandhu Biswal

Others

4  

Bharatabandhu Biswal

Others

ଉଡନ୍ତା ଥାଳିଆ

ଉଡନ୍ତା ଥାଳିଆ

1 min
239

ଅନନ୍ତ ବ୍ରହ୍ମାଣ୍ଡେ ଦୂରାନ୍ତ ଗ୍ରହରେ

ଉନ୍ନତ ଆଶ୍ଚର୍ଯ୍ୟ ପ୍ରାଣୀ

ରହିଛି ଅସ୍ତିତ୍ୱ ଆସନ୍ତି ଭ୍ରମଣେ

ବିଶ୍ୱସନ୍ତି ଲୋକେ ପୁଣି ।


ଉଡନ୍ତା ଥାଳିଆ ପ୍ରାୟେକ ଦିଶଇ

ତାଙ୍କ ମହାକାଶ ଯାନ

କ୍ଷୁଦ୍ରକାୟ ନୀଳ ଅତ୍ୟନ୍ତ ଅଦ୍ଭୁତ

ସେ ପ୍ରାଣୀ କିମ୍ଭୁତାକାର ।


ଉଜ୍ଜ୍ୱଳ ଆଲୋକ କରେ ବିଚ୍ଛୁରଣ

ନିମିଷେ ଦୃଶ୍ୟ ଅଦୃଶ୍ୟ

ତୀବ୍ର ଗତି ବେଗ ଅଟେ ସେ ଯାନର

ଘୂରି ପାରେ ଚକ୍ରାକାର ।


ନିର୍ଜନ ସ୍ଥାନରେ ଉଡନ୍ତା ଥାଳିଆ

କରଇ ଅବତରଣ

ଉଠାଇ ନିଏ ସେ ଗାଈ ଗୋରୁ ଘୋଡ଼ା

ପୃଥିବୀର ଜୀବ ମାନ ।


 ପ୍ରାଣୀଙ୍କ ଆଖିରେ ଝଲସି ଉଠଇ

ଉଜ୍ଜ୍ୱଳ ଆଲୋକ ଜ୍ୟୋତି

ଶୂନ୍ୟ ଆକର୍ଷଣେ ପାରନ୍ତି ଉଠାଇ

ଅକଳନ ତାଙ୍କ ଶକ୍ତି ।


କେଉଁଠୁ ଆସନ୍ତି କୁଆଡେ ଯାଆନ୍ତି

କ'ଣ ତାଙ୍କ ଅଭିପ୍ରାୟ

ଜଣା ପଡି ନାହିଁ ଏ ଯାବତ ସତ୍ୟ

କହନ୍ତି କେତେକ ଭ୍ରମ ।


ବିଜ୍ଞାନ ଜଗତ ନିରବତା ରଖି

ଚଳାନ୍ତି ଅନୁସନ୍ଧାନ

ସତ୍ୟର ଉଦ୍ଘୋଷ ନ ହୋଇବା ଯାଏ

ବିଷୟଟି ସନ୍ଦିହାନ ।

  -----


Rate this content
Log in