STORYMIRROR

Sasmita Mohapatra

Others

3  

Sasmita Mohapatra

Others

ତୁଠ ପଥର

ତୁଠ ପଥର

1 min
280


ମୁଁ ତୁଠ ପଥର

ରୌଦ୍ରର କଠୋର ହେଉ

କି ମୂଷଳ ବାରିର ଧାର

ପଡିରହେ ତୁଠମୂଳେ

ହୋଇ ମୁଁ ଅଧିର

ତୁମ ସ୍ପର୍ଶରେ, ସାନିଧ୍ୟରେ

ତୁମ ସଙ୍ଗେ ହୁଏ ଏକକାର ।

ମୋ ଉପରେ ଅବଗାହି

କେତେ ଧିକାରିଛ,ଆଘାତ ଦେଇଛ

ତୁମ ପାଦ ଦୁଇ

ସନ୍ତର୍ପଣରେ ଧରୁ ଧରୁ

ମୋ ତନୁକୁ ,ତୁମକୁ ସମର୍ପି

ଅନେକ ଆଗତ,ଗତାୟୁଙ୍କୁ

ଆହ୍ୱାନ କରିଛି।

ସମୟର ଇସାରାରେ

ନୀରବ ସଙ୍ଗୀତ ଗାଇଛି

ପ୍ରଖର ସୁଅରେ ଅସ୍ତିତ୍ଵକୁ

ଜାବେଡି ଧରିଛି।

ତୁମ ଆଶ୍ଲେଷଟିଏ ପାଇଁ

ପାଣିରେ ପ୍ଲାବିତ ହୋଇ

ପିପାସା ମୁଁ, କୋଳାହଳ ପାଇଁ

ତଥାପି ଶୁନଶାନ୍ ନଈପଠାଟିରେ

ଅନେକ ଦେଖିଛି....

କେବେ ସକାଳର ସୁନେଲି ପ୍ରୀତିକୁ

କେବେ ଜ୍ୟୋସ୍ନାସିକ୍ତ ମଉନ ରାତିକୁ

ବସନ୍ତର ମୃଦୃ ସମୀରଣ

ଦ୍ବିପ୍ରହରର ନିଷ୍ଠୁର କଷଣ

ନିରେଖି ମୁଁ ଦେଖିପାରେ

ଅନୁତପ୍ତେ ତୁମ ଫେରାବାଟ

ଅନ୍ତରର ତଳେ ମୋର 

କେତେ କୋହ,ବାନ୍ଧିଛି ଜମାଟ।

ବଞ୍ଚଛି ମୁଁ ଜୀବନକୁ ବନ୍ଧା ଦେଇ

ତୁଠ ମୂଳେ ପ୍ରୀତିପଦ୍ମା ପ୍ରେମେ

ଖୋଲି ମୋର ଘାଟ

ଖୋଲି ମୋର ଘାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍