ତୁମରି ଗାଁ-୨୨
ତୁମରି ଗାଁ-୨୨
ତୁମରିଗାଁର ମେଳନପଡିଆ
ଦେହସାରା ଦୂବଘାସ,
ଚାଲିଯାଉଥିଲେ ମୁଲାୟମ୍ ଲାଗେ
ପାଦକୁ ନଲାଗେ ପ୍ରାସ।
ବଡଦାଣ୍ଡପରି ମହତ୍ତ୍ବ ଲଭଇ
ବରଷକେ ଥରେସିଏ,
ସ୍ବପ୍ନପରି ପ୍ରତେ ହୋଇବତାହାକୁ
ନେତ୍ରେ ନଦେଖିଚି ଯିଏ।
ବିମାନେ ବସାଇ ରାଧାକୃଷ୍ଣଙ୍କର
ହୁଅଇ ଝୁଲଣ ଯାତ୍ରା,
ଚର୍ମନେତ୍ରେ ଥରେ ଦେଖିଲେତାହାକୁ
କ୍ଷୟହୁଏ ପାପମାତ୍ରା ।
ସେଇ ଯାତକୁମୁଁ ବୁଲିଯାଇଥିଲି
କେଜାଣି କି ଭାଗ୍ୟବଳେ,
ରାଧାକୃଷ୍ଣଙ୍କର ଯୁଗଳ ମୂରତି
ଦେଖିଥିଲି ପୂଣ୍ୟଫଳେ।
ଝାଞ୍ଜ କରତାଳ ମୃଦଙ୍ଗର ତାଳେ
ମନ ଯାଉଥିଲା ହଜି,
ସେତିକି ବେଳକୁ ଆସୁଥିଲ ତୁମେ
ହଜିଥିବା ସାଙ୍ଗ ଖୋଜି ।
ଭେଟ ହୋଇଥିଲା ତୁମରମୋହର
ଆଖି କହୁଥିଲା କଥା,
କିଭାବି କେଜାଣି ଚାଲିଗଲ ତୁମେ
ହୃଦେ ଭରିଦେଇ ବ୍ୟଥା।
ସେଇଦିନଠାରୁ ଆଉମୁଁ ତୁମକୁ
ଦେଖିନାହିଁ କେବେଥରେ,
ସ୍ମୃତିହୋଇ ଯାହା ରହିଗଲ ସିନା
ମୋହୃଦୟ ଫରୁଆରେ।
* * *
କୈଳାସ ଚନ୍ଦ୍ର ପାଢୀ।କୁମାରପୁର।
ଭଦ୍ରକ।
------------------------
