Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

3  

Kalish Chandra Parhi

Others

ତୁମରି ଗାଁ- ୨୧

ତୁମରି ଗାଁ- ୨୧

1 min
150



ତୁମଗାଁ ଆକାଶେ ତାରାଫୁଲମେଳେ

ଜହ୍ନ ଆସିଲେ ଉଇଁ ,

ଭାବନାର ଢେଉ ହୃଦୟ ତଟକୁ

ଯାଉଥାଏ ଛୁଇଁଛୁଇଁ ।


ମନ-ଏକତାରା ବାଜିଉଠେ ଆପେ

କଣ୍ଠୁ ଝରଇ ଗୀତ,

ମରମ-ବୀଣାରେ ଝଙ୍କୃତ ହୁଏ

ମଧୁ ମୂର୍ଚ୍ଛନା ସେତ ।


ଅଭିନବ ଆଉ ଭାରି ଅନୁପମ

ଜୀବନ ଲାଗଇ ସତେ,

ଜିଜ୍ଞାସା ମୋର ବଢିବଢିଯାଏ

ସେଇ ଚାନ୍ଦିନୀ ରାତେ ।


ଛାପିଛାପିକା ସେ ବୃକ୍ଷଗହଳେ

ଜ୍ୟୋତ୍ସ୍ନାର ପରିପାଟୀ,

ଲାଗଇ ଧବଳ ପୁଷ୍ପ ମେଞ୍ଚାଏ

ଦେଇଛି କିଏବା ଛାଟି ।


ମଞ୍ଚା ଉପରେ ଜହ୍ନି ଫୁଲର

ସମୀର ସନ୍ତରଣ,

ଶୁଭିଯାଏ ପୁଣି ବାସ୍ନା ବିଭୋର

ମଧୁପର ଗୁଂଜନ ।


କାହିଁ କ୍ରୀଡାରତ ଶିଶୁ ମାନଙ୍କର

ଶୁଭଇ ହାସ୍ୟରୋଳ,

ସଂଚରି ଆସେ ଦିବ୍ୟ ଭାବନା

ବଢିଯାଏ ମନବଳ।


ଶିରିଶିରି ବାଆ ଥିରିଥିରିବହି

ସୁଗନ୍ଧ ବିତରୁଥିଲା,

ସେ ଅତୀତ ଆଜି ଅକ୍ଷାଂଶ ଦ୍ରାଘିମା

ସ୍ମୃତି ପଟଳରେ ହେଲା।

* * *

କୈଳାସ ଚନ୍ଦ୍ର ପାଢୀ। କୁମାର ପୁର।

ଭଦ୍ରକ।

-----------------------


Rate this content
Log in