ତୁମପାଇଁ
ତୁମପାଇଁ
• ତୁମପାଇଁ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• କୋଟି କଦମ୍ବର ସୁଗନ୍ଧ ସମ୍ଭାର
• ପଦ୍ମିନୀ ଅଳସୀ କନ୍ୟା
• ରୂପେଲି ଜୋଛନା ରଙ୍ଗ ଅଙ୍ଗ ଭରା
• ମାନିନୀ ସୁମତୀ ଲଳନା ।।
•
• କୁନ୍ତଳ, କୁନ୍ତଳା ,ନୀଳ ମେଘ ମାଳା
• ଅବା କି ସାଗର ଲହରୀ
• ମୁଖ ମୁକୁର ର ଶୋଭା ମନ ଲୋଭା
• ନିଶାପତି ନୁହେଁ ସରି ।।
•
• ସରେ ସରରୁହ ସୁଷମ ସୁଷମା
• ତହୁଁ ବଳି ଦିଶେ ତୋରା
• ଅଳକା ପୁରୀର ଅଲିଅଳି ବାଳା
• ଅବା କିବା ଅପସରା ।।
•
• ନଥିବ କୁମାରୀ କାହିଁ ବା ଏପରି
• କୁଆଁ ତାରା ସମ ତୋରା
• ମୁହୁ ଝରା ମଧୂ ଚାନ୍ଦିନୀ ରାତିର
• ସପନ ସୁନ୍ଦରୀ ବାଳା ।।
• ++++ +++++ ++++
