Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Others

3  

Alekha Pasad Moharana

Others

ତୁମକୁ ଅନାଇ ରହିଛି

ତୁମକୁ ଅନାଇ ରହିଛି

1 min
191



ତୁମକୁ ଅନାଇ ରହିଛି ପ୍ରଭୁ ମୁଁ

ତୁମକୁ ଅନାଇ ରହିଛି

ଓହ୍ଲାଇ ଦେବ ମୋ କଷଣର ଭାର

ଭରସା ତୁମ ଠି ରଖିଛି

ତୁମେ ମୋର ସବୁ କିଛି......(୦)

ଜାୟା ସୁତ ବଳ ବିଭବ ବିପୁଳ

ଅଳିକ ଅସାର ମାୟା ମୋହ ଖେଳ

ମୋ ଦୁଃଖ ସୁଖରେ ରହିବ ପାଖରେ

ବନ୍ଧୁ ବୋଲି ନେବି ବାଛି

ଭରସା ତୁମଠି ରଖିଛି

ତୁମେ ମୋର ସବୁ କିଛି........(୧)

ଦିଅ ହେ ଶକତି ଜଗତର ପତି

ତୁମ ନାମ ଗାଇ ଦିନ ଯାଉ ବିତି

ଭକତି ସୁମନ କରି ଅରପଣ

ସବୁ ଦୁଃଖ ଦେବି ମୁର୍ଛି

ଭରସା ତୁମଠି ରଖିଛି ପ୍ରଭୁ

ତୁମେ ମୋର ସବୁ କିଛି........(୨)


Rate this content
Log in