ତୁମେ
ତୁମେ
ତୁମରି ପଥର ଯାତ୍ରୀ ମୁଁ ବୋଲି
ଏତେ ବାଟ ଚାଲୁଥିଲି
ପଦର ଜ୍ୱାଳା ତ ବାଧୁ ବି ନଥିଲା
ତୁମ ହସ୍ତେ ହସ୍ତ ଥିଲା ବୋଲି l
ତୁମ ନୟନରେ ନୟନ ମିଶାଇ
ଯେବେ ମୁଁ ଦୁନିଆଁ ଦେଖିଲି
ସବୁ ରାସ୍ତା ଆଜି ଫୁଲ ପାଲଟିଲା
କଣ୍ଟା ବି ଗଲା ଚାଲି l
ତୁମ ହୃଦୟରେ ଘର କଲି ବୋଲି
ଦୁଃଖ ସୁଖ ଭୁଲିଗଲି
ମାୟା ଜଂଜାଳରୁ ବାହାରି ମୁଁ ପ୍ରଭୁ
ତୁମ ପଥେ ଭ୍ରମିଗଲି l
ତୁମେ ଗୀତାସାର ଭଜନ ମୋ ପାଇଁ
ମହାପ୍ରସାଦ କରିଲି
ତୁମ ସହସ୍ର ନାମେ ସନ୍ଧ୍ୟା ବିତାଇଲି
ରାତି ପୁଣି ବିତାଇଲି l
ପ୍ରତ୍ୟୁଷ ପରା ତୁମ ପ୍ରାର୍ଥନାରେ
ନୀରବେ ମୁଁ ହଜିଲି
ତୁମ ଅଭ୍ୟର୍ଥନା ତୁମରି ଭାବନା
ତୁମକୁ ସଦା ଚିନ୍ତିଲି l
କିନ୍ତୁ କିବା ତୁମେ ମୋର ନୁହଁ ବୋଲି
ଜାଣି ତ ମୁଁ ନପାରିଲି
ତୁମକୁ ପାଇବା କେତେ ଜନ୍ମ ପୁଣି
କହିଦିଅ ମନ ଖୋଲି l
