STORYMIRROR

Baman Chandra Dixit

Others

3  

Baman Chandra Dixit

Others

ତୁମେ ଯଦି

ତୁମେ ଯଦି

1 min
678



ବାମନ ଚନ୍ଦ୍ର ଦୀକ୍ଷିତ।


ଅବନତ ମୁଖ ଶିରୀ ମନ ମୋହୁଛି

ଅର୍ଦ୍ଧ ନିମିଳିତ ଆଖି କଥା କହୁଛି।


ରହିଯାଅ ଦଣ୍ଡେ ମିତ ମୁଁହ ନୁଏଇଁ

ତୋ ଓଠ କୁ ଧରି ଧୀରେ ଦେବି ଉଠେଇ।


ତେବେ ବି ଯଦି ନ ଉଠେ ତୋର ନଜର,

ଯଦି ନିଶ୍ୱାସ ତୋହର ବହେ ପ୍ରଖର।


ଗରମ ପ୍ରଶ୍ବାସ ବେନି ରାସା ରନ୍ଧ୍ର ରୁ,

ଘେନି କାମ କାମନା ହୃଦ କନ୍ଦରୁ।


ଅଳପ ଅଳପ ଉଠି ପଲକ ଦୁଇ,

ପୁଣି ଯଦି ଅବନତ ଯାଆନ୍ତି ହୋଇ।


ଗୋଲାପି ଅଧର ଯଦି କମ୍ପେ କିଞ୍ଚିତ

ନ କହି କହେ ଅକୁହା କଥା ବହୁତ।


ଗୋରା ଗାଲ ଯଦି ହୁଏ ଲାଜେ ଲୋହିତ

ଛୁଈଁ ଦେଲେ ଅବା ଝରି ଯିବ ରକତ।


ତେବେ ବି ନ କୁହ ଯଦି ମନ ର କଥା,

ଅବା ବୁଝି ନ ପାର ମୋ ହୃଦ ର ବ୍ୟଥା।


ହାତ ଛନ୍ଦି ଗଳାରେ କୋଳେଇ ନେବି

ମନ ର ବେଦନା କାନେ କାନେ କହିବି।


ଅମର ହୋଇ ଯିବ ଏ ମର ମୁହୂର୍ତ୍ତ

ବେନି କାୟା ଏକ ପ୍ରାଣ ମୃତ୍ୟୁ ଯାବତ।।

***********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍