ତୁମେ ଥାଉ ଥାଉ
ତୁମେ ଥାଉ ଥାଉ


ମୁକ୍ତ ଆକାଶ ତଳେ,
ଖୋଲାରେ ବୁଲୁଥିବା ମଣିଷ ଟି
ହଠାତ୍ ହାତ ଗୋଡ ଛନ୍ଦି ଦେଇ,
ଗୃହବନ୍ଦୀ ହୋଇ ଯିବା ପରେ !
ଝିପି ଝିପି ବର୍ଷାରେ,
ଭିଜିବାକୁ ଭଲ ପାଉଥିବା ଝିଅଟି,
ବର୍ଷାର ତାଳେ ତାଳେ ନାଚି ନପାରି,
ନିଜ ଅସହାୟତା ଭିତରେ ଲୁଚି ଯାଏ l
ବାଧ୍ୟ ହୋଇ ଯିବ ଏ ମଣିଷ
ବଦଳାଇବାକୁ ପୃଥିବୀ ପୃଷ୍ଠାର ଇତିହାସ,
ଥରିବ ନିଶ୍ଚୟ ତା ହାତ ଲେଖିବାକୁ
ଆଖି ଦେଖା ଅଭିଜ୍ଞତାର କାହାଣୀ l
ଯେବେ ଦୁଇଭାଗ ହୋଇଯିବ
ପୃଥିବୀର ଚଳତ୍ ମୟ ଏ ସମୟ,
ସ୍ମୃତିମୟ ହୋଇ ରହି ଯିବ କେତେ କଥା
କରୋନା ପୂର୍ବ ଓ ପରର ଅଧ୍ୟାୟ ଭାବେ l
ପ୍ରେମିକାର ଆଖିରେ ଦେଖି
ଅଜଣା ଅହେତୁକ ଆତଙ୍କର ଛାୟା !
ପଛ ଘୁଞ୍ଚା ଦିଏ ପ୍ରେମୀ, ପ୍ରଶ୍ନବାଚୀ ଚିହ୍ନେ,
ଏଇ କଣ ସେଇ ପୂର୍ବର ମଧୂମୟ ସମ୍ପର୍କର ଶିଖା l
ନାହିଁ ସେ ସ୍ପର୍ଶେ ଅଛି ବିମୋହିତ ଭାବ
ନା ଅଛି ଉତ୍କଣ୍ଠା ନା କିଛି ଉତ୍ତେଜନା
ଏକ ଅଜଣା ଭୟ ପରିକ୍ରମା କରେ ଘର ସାରା
ଚତୁର୍ଦିଗେ ଏକ ଶୂନ୍ୟତା ଭାବର ଜଡତା l
ମନ ମରି ଯାଉଅଛି ବାରମ୍ବାର
ବଞ୍ଚିବାର କାମନା ହେଉଅଛି ପରାହତ,
ସ୍ଵପ୍ନ ସବୁ ହେଉଛନ୍ତି ଭୁଲୁଣ୍ଠିତ
କହିବା ଶୁଣିବାକୁ ପାଖେ ନାହାନ୍ତି କେହିତ
ଆସିଛି ଯେପରି “କରୋନା” ବିନା ନିମନ୍ତ୍ରଣେ
ଫେରିବ ସେପରି ନିରାଶ ହୋଇ ଅବିଳମ୍ବେ l
ନପାଇ ଆଦର ଯତ୍ନ ଅତିଥି ସତ୍କାର,
ନିଜ କୁକର୍ମ ପାଇଁ ନିଜକୁ ଦିନେ କରିବ ଧିକ୍କାର l
କେତେ ଆଖିରେ ଲୁହ ଭରିଦେଲା
କେତେ ଘରର ସୁଖ ଶାନ୍ତି ଉଜାଡ଼ିଲା
ତଥାପି ପ୍ରଶମିତ ହେଉନାହିଁ ଏଯାଏ
ତା କାମନା, ତା ଔଦ୍ଧତ୍ୟ, ମନର ଓରିମାନା l