STORYMIRROR

Pranati Mahapatra

Others

2  

Pranati Mahapatra

Others

ତୁମେ ସାଗର, ମୁଁ ଲହରୀ

ତୁମେ ସାଗର, ମୁଁ ଲହରୀ

1 min
250



ହୃଦୟର ପ୍ରତିଟି ପୃଷ୍ଠାକୁ ତନ୍ନତନ୍ନ

କରି ପଢେ,

ଆବେଗ ଉଲ୍ଲାସରେ ଖୋଜିଚାଲେ

ତୁମ ହାତ ର ସେ ସ୍ମୃତି ସ୍ଵାକ୍ଷରକୁ,

ଜୀବନର ପ୍ରତ୍ୟେକ ରାସ୍ତାରେ

ପ୍ରାଣ ଦେଖେ ତୁମ ପଦଚିହ୍ନ କୁ,

ଓଠର ପ୍ରତ୍ୟେକ ସ୍ପର୍ଶ ଅନୁଭବ

କରେ,

ତୁମ ସ୍ନେହ ବୋଳା ଅମୃତ ବାଣୀ କୁ।

ପ୍ରତିକ୍ଷଣ,ପ୍ରତି ସକାଳ ମଧୁମୟ

ହୋଇଯାଏ, ତୁମର ସେ

ପ୍ରୀତି ବୋଳା ଜୀବନାମୃତ ସ୍ଵରରେ।

ନିଃସଙ୍ଗତା ବେଳେ ମନେ ପଡେ

ଅତୀତର କୀର୍ତ୍ତିରାଜି ସବୁ,

ଆଖି ମୁଦିଲେ କି ଆଖି ଖୋଲିଲେ,

ଯେଉଁଠି କି ଯେତେବେଳେ,

ସବୁର ଆରମ୍ଭରେ ଥାଅ ତୁମେ,

କେବଳ ତୁମେ ଆଉ ତୁମେ।

ଅସଫଳତାକୁ ଉପହାସ ନୁହେଁ,

କି ,

ପରାଜୟର ଗ୍ଲାନିରେ ନୁହେଁ,

ବରଂ, ଆନନ୍ଦରେ ଗ୍ରହଣ କରେ।

ତୁମକୁ ଅନୁଭବ କରେ ପ୍ରତି

ଶିରାପ୍ରଶିରାରେ।

ତୁମ ଆଗମନର ବାସ୍ନାରେ

କିଛି ସମ୍ଭାବନାକୁ ଉପଲବ୍ଧି କରେ।

ଶୀତ ରାତିର ଏ କାଲୁଆ ଜାଡ଼

ଭିତରେ ବି ,

ତୁମ ବାକ୍ୟର ସେ ମାଦକତା

ଶରୀରର ଭରି ଦେଉଥିଲା

ଅସୀମ ଉଷ୍ମତା।

ରୋମାଞ୍ଚରେ ମନପ୍ରାଣ

ଉତ୍ଫୁଲିତ ହେଉଥିଲା।

ତୁମେ ତ ଅସୀମ।

ତୁମର ସେ ଅସୀମତା ଭିତରେ

ମୁଁ ନିଜକୁ ନିଜେ ସାଇତି ରଖୁଥିଲି

ଶାମୁକା ଭିତରେ ମୁକ୍ତା ପରି,

କାହିଁକି ନା,

ତୁମେ ମୋ ସାଗର,

ଆଉ ମୁଁ ତୁମ ଲହରୀ।

ତୁମର ସେ ଉଦ୍ଦାମତା ଭିତରେ

ହଜିଯାଏ ମୋ ଅସ୍ତିତ୍ବ,

ସୁନେଲି ସ୍ଵପ୍ନରେ ଭାବ ବିହ୍ୱଳ

ହୋଇଯାଏ ତନୁମନ।

କାହିଁକି ନା,

ତୁମେ ମୋ ସାଗର,

ମୁଁ ତୁମ ଲହରୀ।

ତୁମକୁ ନେଇ ରଚନା କରେ

ମୋର ସେହି ଆକାଂକ୍ଷିତ

ପରିକଳ୍ପନା ସବୁ।

ଇଚ୍ଛା କରେ ମିଶି ଯିବାକୁ,

ହଜି ଯିବାକୁ,

ବିଲୀନ ହୋଇଯିବାକୁ ,

ଏକାକାର ହୋଇ ଯିବାକୁ

ତୁମ ଦେହରେ,

ଆତ୍ମା ରେ,

ମନରେ,

ହୃଦୟରେ,

ଗର୍ଭ ରେ।

ମୋତେ ସ୍ଥାନ ଦିଅ ସାଗର

ମୋତେ କିଛି କ୍ଷଣ ତୁମ ଭିତରେ ହଜାଇ ଦିଅ।

ଆତ୍ମତୃପ୍ତି ମିଳି ଯାଉ ମୋତେ।

ଆତ୍ମତୃପ୍ତି ରେ ଆତ୍ମହରା ହୋଇ

ଗାଇଯାଏ

ତୁମେ ମୋ ସାଗର,

ମୁଁ ତୁମ ଲହରୀ।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର

୭୯୭୮୨୭୧୭୨୮


Rate this content
Log in