ତୁମେ ପ୍ରଶଂସାର ପାତ୍ର
ତୁମେ ପ୍ରଶଂସାର ପାତ୍ର
ଫୋନି ଆଗମନ ସୂଚନା ମାତ୍ରକେ,
ଦେଖାଇଲ ତତ୍ପରତା ।
ଆଦେଶିଲ ସର୍ବ ଅଧିକାରୀଗଣେ,
ବାଣ୍ଟିବାକୁ ସହାୟତା ।
ସ୍ୱଳ୍ପ ସମୟରେ ସ୍ଥାନାନ୍ତରଣର,
ତୁମେ ଯେ ରଚିଲ କୀର୍ତ୍ତି ।
ତୁମ ପ୍ରଶଂସାରେ ମୁଖରିତ ବିଶ୍ବ,
ଦେଖି ତୁମ ଭାବମୂର୍ତ୍ତି ।।
ବଳିଷ୍ଠ ତୁମର ପଦକ୍ଷେପ ପାଇଁ,
କମ୍ ହେଲା କ୍ଷୟକ୍ଷତି ।
ଜନଜୀବନ ବି ଲଭିଲେ ଆଶ୍ୱସ୍ଥି,
ଦମ୍ଭ କରିଥିଲେ ଛାତି ।।
ଆକାଶମାର୍ଗରୁ ସ୍ଥିତି ପରଖିଲ,
ବୟସର ଅପରାହ୍ନେ ।
ହେ ନବୀନ ତୁମେ ଜିତିଲ ହୃଦୟ,
ଓଡିଶା ରଖିବ ମନେ ।।
ତୁମ କାର୍ଯ୍ୟ ଦେଖି ମାନ୍ୟବର ମୋଦି,
ବଢାଇଲେ ତାଙ୍କ ହାତ ।
ଧନ୍ୟ ଧନ୍ୟ ଆହେ ବିଜୁଙ୍କ ସନ୍ତାନ,
ତୁମେ ପ୍ରଶଂସାର ପାତ୍ର ।।
