STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ତୁମେ ପ୍ରିୟା ମୋର

ତୁମେ ପ୍ରିୟା ମୋର

1 min
15.1K


ତୁମେ ପ୍ରିୟା ମୋର ସରଗର ପରୀ

ଜହ୍ନ ତ ଲାଜେଇ ଯାଏ

କୃଷ୍ଣଚୂଡା ହସ ନାଲି ଓଠ ଧାରେ

ଶ୍ରାବଣ ବରଷି ଯାଏ ।।

ସିନ୍ଥିରେ ସିନ୍ଦୁର ନୟନେ କଜ୍ଜଳ

କପାଳେ ଚନ୍ଦନ ବିନ୍ଦୁ

ରୂପେ ଅନୁପମା କନକ ବରନା

ପୂର୍ଣ୍ଣିମା ର ପୂର୍ଣ୍ଣ ଇନ୍ଦୁ ।।

ସବୁଜ ବନାନୀ ବନ୍ଧୁର ପଥେ

ଝରଣା ମୂର୍ଚ୍ଛନା ତୋଳେ

ତୁମ ପାଦ ଶବ୍ଦ ନୂପୁର ରାଗିଣୀ

ମୋ ମନେ ଚମକ ଖେଳେ ।।

ବର୍ଷା ବସନ୍ତର ସାକ୍ଷୀ ତୁମେ ମୋର

ବୈଶାଖେ ଶୀତଳ ଧାରା

ମୋ ମନ ଉଦ୍ୟାନେ ପଲ୍ଲବିତ ତରୁ

ମୋ ଜୀବନ ମୋତି ହୀରା ।।

ତୁମେ ସୀମନ୍ତିନୀ ମଧୁର ହାସିନୀ

ଭରିଛ ପ୍ରୀତିର ଶୋଭା

ଦୂର ଚକ୍ରବାଳେ ମୁଁ ଉଦିତ ସୂର୍ଯ୍ୟ

ତୁମେ ତ ରକ୍ତିମ ଆଭା ।।

ଆଖିରେ ଆଖିଏ ସପନ ଦେଇଛ

ନିଦ ତ କରିଛ ଚୋରି

ଯେତେ ଅଶ୍ରୁଧାର ବୋହୁଛି ନୀରବେ

ସାଉଁଟୁଛ ହାତ ଧରି ।।

ଜହ୍ନକୁ ମାଗିଛି ମୁଠାଏ ଜୋଛନା

ଫଗୁଣକୁ ଟିକେ ରଂଗ

ଢାଳିଦେବି ତୁମ ରିକ୍ତ ପାପୁଲିରେ

ଯେତେ ସୁଖ ଓ ସମ୍ଭୋଗ ।।

କଣ୍ଟକିତ ପଥେ ଝରୁ ପଛେ ରକ୍ତ

ଦେବି ମୁଁ ଗୋଲାପ ସ୍ପର୍ଶ

ତୁମେ ପ୍ରିୟା ମୋର ହୃଦୟର ରାଣୀ

ମୋ ଜୀବନ ମଧୁମାସ ।।

ଶରତ କୁମାର ଦାସ , ବଡବିଲ ମହାବିଦ୍ୟାଳୟ ,ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍