STORYMIRROR

Narayan chandra Senapati

Others

4  

Narayan chandra Senapati

Others

ତୁମେ ପରା ଗୁରୁ

ତୁମେ ପରା ଗୁରୁ

1 min
121


ଅମାନ୍ଧକାରରେ ଦୀପଟିଏ ଜାଳି

ତୁମେ ଦେଇଥାଅ ଉଜ୍ଜ୍ୱଳ ଶିଖା,

ଅନ୍ୟ ସନ୍ତାନର ପିତାମାତା ହୋଇ

ତୁମେ ଦେଇଥାଅ ଅଜାତିତ ଶ୍ରଦ୍ଧା,

ଶିଶୁ ତୁମର ଜୀବନ

ତୁମେ ବି ତାର ସ୍ପନ୍ଦନ

କେବେବି ଥକି ଯାଅନାହିଁ ନିଜର କାମରେ

ଯନ୍ତ୍ର ଚାଳିତ କାରଖାନା ପରି ତୁମ ଆବେଗ,

କାରଣ ତୁମେ ପରା ଗୁରୁ।


ରାତିରେ ଚେଇଁ ଚେଇଁ ଶିଶୁ ପାଇଁ ଦେଖ ସ୍ବପ୍ନ

ତା'ର ସଫଳତାରେ ତୁମ ହୃଦ ପୁରିଯାଏ

ତାର ଦୁର୍ବଳତା ଦେଖିଲେ

ସତେ ବା ତୁମକୁ ହୁଏ ହୃଦଘାତ

ତାର ପ୍ରଛାୟା ପରି ସଦା ଦୌଡୁଥାଅ

ତା ହସ ଟିକକ ତୁମ ପାଇଁ ନୋବେଲ

ତା ପ୍ରଗତି ସତେବା ଚନ୍ଦ୍ରଜାନ-ଦୁଇ

ତ୍ୟାଗ ବଳିଦାନରେ କେବେ ବି ନ ଥାଅ କୃପଣ

ନିଃସ୍ୱାର୍ଥପର ଦୀପର ଅଦ୍ଭୁତ ସେହେନ୍ସା ତୁମେ

ବିଚିତ୍ର ତୁମର ରୂପ

କାରଣ ତୁମେ ପରା ଗୁରୁ।


ଏବେର ସମାଜ ତୁମ ପାଇଁ ସାଜେ ଖଳନାୟକ

ତୁମେ କିନ୍ତୁ ସ୍ଥିତପ୍ରଜ୍ଞ

ତିଳେ ବି ଭ୍ରୁକ୍ଷେପ କରନା

କାଶ୍ମୀର ଘାଟୀର ସୈନିକ ପରି

ସ୍ୱକର୍ମକୁ ବରିଥାଅ ସ୍ବଧର୍ମ

ଯନ୍ତ୍ରଣାକୁ ଗେହ୍ଲ କର ସରାଗରେ

ଆତ୍ମପ୍ରତ୍ୟୟର କମ୍ପାସରେ ତୁମେ ଆଙ୍କିଥାଅ

ଉଦାରତାର ବୃତ୍ତ

ତୁମ ଆଦର୍ଶ ସତେବା ସମତଳ ଦର୍ପଣ

ତୁମ ସଂସ୍କାର ଲାଗେ

ଗାନ୍ଧିଜୀଙ୍କ ସ୍ଵଚ୍ଛ ଚଷମା

ଶୃଙ୍ଖଳାର ପଞ୍ଚଜନ୍ୟ ଫୁଙ୍କି 

ଗଣତନ୍ତ୍ରକୁ କରିଥାଅ ଆବାହନ

କି ଗୌରବ ଗାନ କରିବି ତୁମର

ତୁମେ ତ ମହାଦେବ ଠୁ କମ୍ ନୁହଁ

କାରଣ ତୁମେ ପରା ଗୁରୁ।




Rate this content
Log in