ତୁମେ ମୋ ପାଇଁ ଜଗତଜିତା
ତୁମେ ମୋ ପାଇଁ ଜଗତଜିତା
ସରଗର ସେହି ପାରିଜାତ ପାଇଁ
କେବେ କରି ନାହଁ ଅଳି ।
କିବା କହିନାହଁ ଆକାଶରୁ ଜହ୍ନ
ମୋତେ ଆଣି ଦିଅ ତୋଳି॥
ସୁନାର ହରିଣୀ ଧରି ଆଣିବାକୁ
କେବେ ତ କହିନ ମୋତେ,
ବିଶ୍ଵାସ ଭିତରେ କେବଳ ତୁମେ ତ
ଆଶା ଦେଖାଇଛ ଯତେ !
ହସୁଛ ହସିଛ ଅମା ଅନ୍ଧାରରେ
ତୁମେ ବତୀଘର ଆଲୋକ ହୋଇ,
କେବେହେଲେ ତୁମେ ମୁହଁ
ଖୋଲି ଦେଇ ମାଗି ନାହଁ କିଛି ଆଣିବା ପାଇଁ !
ଆଶ୍ଚର୍ଯ୍ଯ ଚିଜ ତ ଦେବା ପାଇଁ ତୁମେ
କେବେ କରିନାହଁ କିଛି ଅଳି।
ସେତିକିରେ ତୁମେ ସନ୍ତୋଷ ହୋଇଛ
ଯେତିକି ପାଇଛ ଖାଲି !
ସାଇତା ତୁମର ଏକା ବଡପଣ ପରକୁ
କର ଆପଣା ।
ସୁନାବୋହୂ ହୋଇ ମୋ ପରିବାରରେ
ତୁମେ ଏକା ବୀଣା ଜଣା !