ତୁମେ ଭୋଳାନାଥ ଶିବଶଙ୍କର
ତୁମେ ଭୋଳାନାଥ ଶିବଶଙ୍କର
1 min
151
ଭୋଳା ମୋ ଅଛିରେ ଡର ନାହିଁ ଜମା
ଆସୁବାତ୍ୟା ୟାସ୍ କିମ୍ବା ସେ କରୋନା
ଶିବ ନାମ ଶ୍ରେଷ୍ଠ ଅସ୍ତ୍ର
ନାମ ଧରି ତା'ର ହୃଦୟେ ଜପିଲେ
ଦୂରହେବ ସବୁ ଦୁଃଖ
ସେ ତ ଭୋଳାନାଥ ଶିବଶଙ୍କର।
ସବୁ ବିପଦରୁ କରିଛ ଉଦ୍ଧାର
ପାଖେ ପାଖେ ରହି ଆହେ ମହେଶ୍ୱର
ମାଗେନାହିଁ କିଛି ଆଜି
ତୁମ ନାମ ଜପି ଉଦ୍ଧାର ହୋଇବି
କୃପା କର ଉମାବର
ତୁମେ ଭୋଳାନାଥ ଶିବଶଙ୍କର ।
ସଂସାର ବନ୍ଧନ ବନ୍ଧୁ ପରିଜନ
ନମାଗିଛି ପ୍ରଭୁ ଦେଇଛ ଆପଣ
ନିନ୍ଦାସ୍ତୁତି ମାୟା ମୋହ
ଶେଷ ଜୀବନରେ ଶରଣ ମାଗୁଛି
ଲୋଡାନାହିଁ କିଛି ମୋର
ତୁମେ ଭୋଳାନାଥ ଶିବଶଙ୍କର
