STORYMIRROR

Hasyamayee Raj

Others

3  

Hasyamayee Raj

Others

ତୁମ ସ୍ପର୍ଶରେ

ତୁମ ସ୍ପର୍ଶରେ

1 min
125

ଅନ୍ତରର

ଅନନ୍ତ ଗର୍ଭରୁ

ଯେତେବେଳେ

ଭୂପତିତ ହେଲି,

ଏଇ ହାତହିଁ

ମୋତେ ଦେଇଥିଲା

ତା'ର ପ୍ରଥମ ସ୍ପର୍ଶ

ଉଷ୍ମ ପାପୁଲି

ମୋତେ କରିଥିଲା କୋଳ।

ଏଇ ହାତହିଁ

ଆଉଁସି ଦେଇଥିଲା

ମୋର ମୁଣ୍ଡ,

ମୋର କପାଳରେ

ତା'ର ବାତ୍ସଲ୍ୟ ସ୍ପର୍ଶରେ

ଆଙ୍କିଥିଲା ମୋର ଭାଗ୍ୟରେଖା ।

ମୋ ପାଇଁ

ସେ କେବେ ହେଇଛି

ଧୂଳି ଧୂସରିତ

କେବେ କର୍ଦ୍ଦମାକ୍ତ ।

ମୁଁ ଦେଖୁଥିଲି

ମୋ ହାତ ଉପରେ

ଅନେକ ହାତର

ମଧୁର କମ୍ପନ,

ମୋ କୁନି କୁନି ଆଖିରେ

ଦେଖୁଥିଲି

ବହିଯାଉଛି ସେଇ ହାତମୁଠାରୁ

କେମିତି ଉଛୁଳା ସ୍ନେହର

ମନ୍ଦାକିନୀ ଧାର ।

ଜଠରରୁ ଜୀବନ

ଜୀବନରୁ ଜିଇଁବାଯାଏ

ସେଇ ହାତର

କମନୀୟ ସ୍ପର୍ଶହିଁ

ମୋତେ ଦେଖେଇଲା

ଦୁନିଆର ବଡଦାଣ୍ଡ ।

ମୋ ପାଇଁ

ସେ କେବେ ହୁଏ

ଧୂଳି ଧୂସରିତ

କେବେ କର୍ଦ୍ଦମାକ୍ତ,

ଥାଳ ଧରି

ବିତେଇଛି ଦିନ ପରେ ଦିନ

କେବେ ପୁଣି

ହାତ ପରେ ହାତ ଥାପି

କରିଛି ଜିଇଁବାର ପଣ ।

ସେ କେବେ ହାରିନାହିଁ

ସାହାସ ହରାଇ ନାହିଁ

ପ୍ରକୃତିର ତାଣ୍ଡବ

ବନ୍ୟା, ବିଭୀଷିକା, ଦୁର୍ଭିକ୍ଷ,

ଅବା ଜୀବନରେ

ଆସିଛି ଯଦି

ଅଦିନିଆ ବିପର୍ଯ୍ୟୟ।

ସେଇ ହାତ ସଦା

ଦେଖେଇଛି ପଥ

ଭରିଦେଇଛି ଏକତାର ସ୍ବର।

ଧ୍ବଂସ ନୁହେଁ

ସ୍ରୁଷ୍ଟି ତାର ଲକ୍ଷ୍ୟ

ମୃତ୍ୟୁ ନୁହେଁ

ଦେଇପାରେ ମୋକ୍ଷ ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍