STORYMIRROR

Tapan kumar Sethi

Others

4  

Tapan kumar Sethi

Others

ତୁମ ପାଇଁ

ତୁମ ପାଇଁ

1 min
333

ଜହ୍ନ ରାଇଜର ରାଜ କୁମାରୀ ତୁ

ପାରୁନି ତତେ ମୁଁ ଭୁଲି,

ସବୁ ସମୟରେ ମନେପଡୁଛୁ ତୁ

କିପରି ଯିବି ପାସୋରି

ମୋ ଜୀବନୁ ଚାଲି ଯାଇଛୁ ଚାଲି ତୁ

ପର କରିଦେଇ ସତେ,

ସତରେ କେମିତି ଭୁଲି ଯାଇଛୁ ତୁ

ମନେ ମନେ ଭାବି ବସେ,

ମିଛ ପ୍ରତିଶୃତି ଦେଇଥିଲୁ ଯେ ତୁ

ଭାବି ନେଇଥିଲି ସତ,

ସୁନ୍ଦର ଚେହେରା ପାଇଛୁ ବୋଲି ତୁ

ଭାବୁ ଅପସରା ମନେ,

ନିଶ୍ଚୟ ଦିନେ ଜାଣିବୁ ପ୍ରିୟା ତୁ

ଚେହେରା ଯେ କିଛି ନୁହେଁ,

ଟଙ୍କା ଟୋକା ଲୋଭ କରିଲୁ ବୋଲି ତୁ

ସମ୍ପର୍କ କରିଲୁ ପର,

ସୁଖ ଦେଉନାହିଁ ବୋଲି କହି ଦେଇ ତୁ

କରି ଦେଲୁ ସବୁ ପର,

ପର ଲୋକଙ୍କୁ ଯେ ଭଲ ପାଇଲୁ ତୁ

ନିଜରକୁ ଭୁଲି ଗଲୁ,

ଜହ୍ନ ରାଇଜରେ ରହିବା କହି ତୁ

ହାତ ମୋର ଛାଡ଼ି ଦେଲୁ,

ଭଲ ଭାବରେ ଜାଣିଛୁ ପ୍ରିୟା ତୁ

କାହାର ଯେ ଭୁଲ ଥିଲା,

ଛାଡ଼ିଚାଲି ଗଲୁ ଧୋକା ଦେଇ ତୁ

ସମ୍ପର୍କ କରିଣ ଚୁନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍