STORYMIRROR

Bijaya Kumar Swain

Others

2  

Bijaya Kumar Swain

Others

ତୁମ ପାଇଁ ଦିନ ଟିଏ

ତୁମ ପାଇଁ ଦିନ ଟିଏ

1 min
100


ଫଳ ମଧ୍ୟେ ସାର ହୋଇଥାଏ ବୋଲି

  ନାମ ଟି ଶ୍ରୀ ଫଳ ହୋଇଛି

ସବୁ ଅମରଙ୍କ ପ୍ରିୟ ଅଟେ ସିଏ

  ମଧୁର ଜଳ ରେ ଭରିଛି।


ପୃଷ୍ଠ ଭାଗ ତାର ଚିକ୍କଣ ସୁନ୍ଦର

 ମଧ୍ୟେ ଟା ଅମୃତ ରହିଛି

ସେଥିପାଇଁ ସିନା ଜଗନ୍ନାଥ ପାଶେ

  ଅମୃତ ମଣୋହି ହେଉଛି।


ଭକତ ଦାସିଆ ଭକତି ଭାବରେ

 ବଢାଇ ଦେଲା ଶ୍ରୀ ଫଳ କୁ

ଭାବେ ବନ୍ଧା ବୋଲି ଭାବଗ୍ରାହୀ ତୁମେ

 ନେଲ ବଢାଇ ଶ୍ରୀ ଭୁଜ କୁ।


ବିବାହ କି ବ୍ରତ ଯେତେ ଶୁଭ କାର୍ଯ୍ୟ

  ଲୋଡା ହୋଇଥାଏ ତୁମର

ଶୁଭ ଅନୁକୂଳ ତୁମ ଯୋଗୁଁ ହୁଏ

  ସବୁଠିଁ ତୁମର ଆଦର।


ତାରିଣୀ ନାମ ରେ ତୁମ କୁ ମନାସି

 ବାନ୍ଧି ଦେଲେ ଭକ୍ତି ଅନ୍ତ ରେ

ଝଡ଼ କି ବରଷା ଦୂର ହୋଇଯାଏ

  ବାଧା ବିଘ୍ନ ରହେ ଦୂରରେ।


ବିଶ୍ଵ ନାରୀ କେଳ ଦିବସ ରେ ଆଜି

  ତୁମ ଜୟଗାନ କରୁଛି

ତୁମ ଯୋଗୁଁ ସର୍ବ ବିଘ୍ନ ଦୂର ହେଉ

  ଏତିକି ମୁଁ ଅଳି କରୁଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍