STORYMIRROR

ଦୀପଙ୍କର ଦାସ

Tragedy Thriller

3  

ଦୀପଙ୍କର ଦାସ

Tragedy Thriller

ତୁମ ଲେଖନୀର ପ୍ରେମିକ

ତୁମ ଲେଖନୀର ପ୍ରେମିକ

1 min
391

ନୁହେଁ ସାହିତ୍ୟିକ ନୁହେଁ ମୁଁ ସାଧକ

ତୁମ ଶବ୍ଦ ରସେ ମୁଁ ଜଣେ ଚାତକ।

ତୁମେ ଯେବେ ଦିଅ ପ୍ରେମ ରସ ଢାଳି

ମୁଖେ ଦିଅ ଆଭା ହୃଦେ ବହ୍ନି ଜାଳି।

ମଧୁମୟ କବି କଳ୍ପନା ତୁମରି

ସ୍ଥିର ଚିତ୍ତେ ମୋର ଉଠେ ଗୋ ଲହରି।

ମରୁଭୂମି ପ୍ରାୟ ଥିଲା ମୋର ପ୍ରାଣ

ତୁମେ ଦେଲ ଜଳ ତୁମେ ହିଁ ଜୀବନ

ତୁମେ ଶିଖାଇଛ ଶବ୍ଦର ସ୍ଵାଦ 

ତୁମେ ଶିଖାଇଛ ଭାଷାର ମାଧୁର୍ଯ୍ୟ

ଯେବେ ମୁଁ ଚାଲିଛି ଭୁଲ ବାଟେ ପୁଣି

ତୁମେ ଦେଖାଇଛ ବାଟ।

ନାହିଁ ଗୋ ପାଖରେ ଅଳଂକାର ଜ୍ଞାନ

ତୁମେ ଦିବ୍ୟ ଜ୍ଞାନୀ ମୁଁ ଯେ ଅଜ୍ଞାନ

ଶବ୍ଦ ଜାଣେ ନାହିଁ ଚୋରି କରେ ମୁଁହି

ତୁମ କବିତାରୁ ପଢ଼ି

ତୁମେ ଯେ ଗଢ଼ିଛ ଶବ୍ଦ ସୌଧ

ମାଟିର ଭାଷାକୁ ତାଡ଼ି।

ଝରୁ ଅହରହ ତୁମ ଲେଖନୀରୁ ଦିବ୍ୟ ଅମୃତ ଝର

ଯଶ ଖ୍ୟାତି ସବୁ ତୁମ ନାମେ ହେଉ ନାମ ଗୋ ହେଉ ଅମର।

ନୁହେଁ ମୁଁ କବି ନୁହେଁ ମୁଁ ଲେଖକ 

ତୁମ ଲେଖନୀର ମୁଁ ଜଣେ ପ୍ରେମିକ

ତୁମେ ସୟଂ ସମ୍ପୂର୍ଣ୍ଣ କବିତା

ତୁମେ କବି ତୁମେ ଶୀର୍ଷକ 

ତୁମେ ଲେଖା ତୁମେ ଲେଖକ

ମୁଁ ତୁମର ଛୋଟ ଶବ୍ଦବାୟା ପାଠକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy