STORYMIRROR

Minati Rath

Others

4  

Minati Rath

Others

ତୁମ କଥା ଯେବେ ମନେପଡେ

ତୁମ କଥା ଯେବେ ମନେପଡେ

1 min
533

ତୁମ କଥା ଯେବେ ମନେପଡେ

ଆଖିର ଝରଣା ଛଳଛଳ ହୋଇ

ବନ୍ଧ ଡ଼େଇଁ ଆସେ ଧୀରେ ଧୀରେ

ହୃଦୟ ସାଗର ଗଭୀର ଗଣ୍ଡରୁ

କୋହ ଉଠି ଆସେ ଧୀରେ ଧୀରେ।


ତୁମ କଥା ଯେବେ ମନେପଡ଼େ

ମନ ଆଇନାରେ ଅତୀତର ଛବି

ଉଙ୍କି ମାରୁଥାଏ ଧୀରେ ଧୀରେ

ସାଦା କାଗଜରେ ତୁମ ମୁଖଶଶୀ

ଆଙ୍କି ହୋଇଯାଏ ଧୀରେ ଧୀରେ।


ତୁମ କଥା ଯେବେ ମନେପଡେ

ସ୍ମୃତିର ପରଦା ଆଢୁଆଳେ ରହି

ସମୟଟା ହସେ ଧୀରେ ଧୀରେ

ବିରସ ମନରେ ଅବ୍ୟକ୍ତ ବେଦନା

ଫୁଟି ଉଠୁଥାଏ ଧୀରେ ଧୀରେ।


ତୁମ କଥା ଯେବେ ମନେପଡେ

ଶାନ୍ତ ମନରେ ଅଶାନ୍ତ ଜୁଆର

ଆସି ଫେରିଯାଏ ଧୀରେ ଧୀରେ

ହଜିଲା ସପନ ଢେଉ ସାଥେ ଆସି

ପାଦ ଛୁଇଁଯାଏ ଧୀରେ ଧୀରେ।


ତୁମ କଥା ଯେବେ ମନେପଡେ

ଗୀତ ହୋଇ ଆମ ଜୀବନ କାହାଣୀ

ଲେଖି ହୋଇଯାଏ ଧୀରେ ଧୀରେ

ନିଃସ୍ୱ ହୃଦୟର ଶୁନ୍ୟତା ମଧ୍ୟରେ

ପୂର୍ଣ୍ଣତା ଆସେ ଧୀରେ ଧୀରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍