STORYMIRROR

Manaswinee Dash

Others

3  

Manaswinee Dash

Others

ତୁମ ଗାଁ ରେ କାଟିଥିବା ଦିନ

ତୁମ ଗାଁ ରେ କାଟିଥିବା ଦିନ

1 min
199

ସହ ରେ ଯାଇ ଜନମିଲି ମୁହିଁ, 

ପିଲାଟି ଦିନୁ ସହର ଚାକଚକ୍ୟ ରେ ନିଜକୁ ଦେଲି ହଜେଇ, 

 ସାମାଜିକ ପାଠପଢାରେ ସ୍ନାତକୋତ୍ତର କଲିଯାଇ, 

ଗା କୁ ନିକଟରୁ ଦେଖିବାର ସୁଯୋଗ ପାଇଲି ମୁହିଁ। 


ତୁମ ଗାଁ ସବୁଜିମା ରେ ଯେ ଭରପୁର, 

କୁଳୁ କୁଳୁ କରି ବହୁଛି ନଇ ଦେଇ ଗାଁ ଭିତର,

ସଭିନ୍ଗ ବଗିଚାରେ ଜମିଛି ରଂଗବେରଂଗ ଫୁଲ ଆସର, 

ଗାଁର ପ୍ରାକ୍ରୁତିକ ଶୋଭା ଭାରିମନୋହର।


ବଡି ଭୋରରୁ ଉଠି ଯାଆନ୍ତି ଗାଁଟା ସାରା, 

ବାସି ପଖାଳ ଗନ୍ଡିଏ ଖାଇ ବିଲ ମୁହାଁ ସଭିଏଁ ପରା, 

ବାଧା ହୁଏନି ତାନ୍କରି କାମ ବରଷା ହଉ କି ଖରା, 

ସନ୍ଜ ହେଲେ ଗାଁ ଦାନ୍ଡରେ ବସେ ଜନ ପସରା। 


ସୁଖ ଦୁଖ ସବୁ ଚରଚା କରନ୍ତି, 

ପୁରା ଗାଁ ଟା ଗୋଟେ ପରିବାର ହେଇ ଚଳନ୍ତି, 

ପାଠୁଆ ଲୋକ ଗୀତା ଭାଗବତ ପଢନ୍ତି, 

ସଭିନ୍କ ସୁଖ ଦୁଖ ରେ ସଭିଏଁ ଭାଗିଦାର ହୁଅନ୍ତି। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍