STORYMIRROR

subrat kumar jena

Others

4  

subrat kumar jena

Others

"ତୁମ ବାହୁ ବନ୍ଧନରେ ଥିଲେ"

"ତୁମ ବାହୁ ବନ୍ଧନରେ ଥିଲେ"

1 min
447

ତୁମ ବାହୁ ବନ୍ଧନରେ ଥିଲି 

ସେଥିପାଇଁ ହୁଏତ ମୁକ୍ତ ଥିଲି ମୁଁ।

ଆକାଶ ଛୁଇଁବାର ଅଦମ୍ୟ ଅଭୀପ୍ସା 

ନେଇ ତଥାପି ଧରାରେ ଥିଲି ମୁଁ। 

ତୁମ ବାହୁ ବନ୍ଧନରେ ଥିଲି,

ମୁକ୍ତ ଥିଲି ମୁଁ"ମୁକ୍ତବନ୍ଧନ

ଦେଖିବା ଲୋକ ସିନା ଦେଖୁଥିଲେ କିଛି,

ଦେଖିଲା ପରେ ଭାବୁଥିଲେ ସେମାନେ କିଛି,

ଆଉ ଭାବିଲା ପରେ ଅନ୍ୟ ପାଖରେ କହୁଥିଲେ କିଛି,

ହେଲେ ମୁଁ କଣ ବା ଆଉ କାହାର କି ବଳ?

ଅଟକାଇବାକୁ ତାଙ୍କୁ ଇଆଡୁ ସିଆଡୁ କହିବାକୁ।


ହେଲେ ସେମାନେ ହଜାରେ କହିଲେ,

ହଜାରେ ବଦଗୁଣ ଗାଇ ବୁଲିଲେ,

ସେଥିରୁ ମୋର କଣ ହୋଇଯିବ,

ତୁଳଶୀ କଣ ବିଛୁଆତି ହୋଇଯିବ?

ସେମାନଙ୍କ ସ୍ଵଭାଵ ତ ସେମାନେ ଦେଖାଇବେ,

ଆଉ ମୁଁ କଣ ଅଟକିଯିବି ସେମାନଙ୍କୁ ଶୁଣି ଦେଖି।


ମୁଁ ଜାଣେ ଅନ୍ୟ ମାନଙ୍କୁ ଯୋଉଟା ବନ୍ଧନ ଲାଗେ,

ସେତ ମୋ ଲାଗି ପରମ ସ୍ଵଭାଵ,

ସେଇ ବନ୍ଧନ ଭିତରେ ମୋର ଅଛି ଆଜି ଆଉ କାଲି ,

ମୁଁ ତ ପରମ ଭାଗ୍ୟବାନ,

କାହିଁକିନା ମୁଁ ସ୍ଥାନିତ ହୋଇଛି ସେଇ ଭାଗ୍ୟବାନଙ୍କ ସୂଚୀରେ,

ଆଉ କଣ ମୋର ଲୋଡ଼ା?

ଏମିତିରେ ତ ସବୁ ମିଳିଯାଉଛି ତୁମ ବାହୁ ବନ୍ଧନୀରେ।


ହଁ ସେ ବାହୁ ବନ୍ଧନୀ ସୁଦୃଢ଼ ଚାଇନାର କାନ୍ଥ ପରି,

ଆମ ଜୀବନର ,ସୁଖକୁ ସହି ପାରୁନଥିବା ଈର୍ଷାଳୁଙ୍କ ଲାଗି,

ଏମିତିରେ ସେମାନଙ୍କ କାମତ ଜଳିବା,

ହେଲେ ସେମାନେ ବୁଝାନ୍ତିନି,

ଅନ୍ୟକୁ ଜାଳୁ ଜାଳୁ କେବେତ ସେମାନଙ୍କୁ ଜଳିବାକୁ ପଡେ,

ଜାଣନ୍ତିନି ଭାଗ୍ୟରେ ତାଙ୍କର ଚନ୍ଦନ କାଠ ଖଣ୍ଡେ ମିଳିବତ?

ତା ହେଲେ ସେ ମୁଲ୍ୟହୀନଙ୍କୁ ମୁଁ ମୂଲ୍ୟବାନ ଭାବିବି କାହିଁ।


ତୁମେ ତ ମୋର ସବୁକିଛି,କାହା କଥାରୁ ମୋର କଣ,

ଏମିତିରେ ଲୋକେତ ହଜାରେ କହିବେ,

ହେଲେ ତୁମେ ମୋର ପ୍ରତିଟି ସଖାଳର ଉଦିତ ସୂର୍ଯ୍ୟ,

ସନ୍ଧ୍ୟା ସମୟର ପଥଗାମୀ ସଂଜୁଆ ତାରା,

ମୁଁ ଅନୁଭବ କରେ ତୁମକୁ ଗାଈ ଗୋରୁଙ୍କ ଗୋଠକୁ ଫେରିବାର ବ୍ୟସ୍ତତାରେ,

ଏତେ ପାଖରେ ଥାଇ କାହିଁକି ମୁଁ ବିବ୍ରତ ହେବି?

ମୁଁ ତୁମ ବନ୍ଧନୀ ଭିତରେ ବନ୍ଧନର ଉନ୍ମୁକ୍ତ ଭାବକୁ ଅନୁଭବ କରୁଛି ,କରୁଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍