STORYMIRROR

SUKANTA KHANDA

Others

3  

SUKANTA KHANDA

Others

ତୁଳସୀ

ତୁଳସୀ

1 min
147

ତୁମେ ମୋତେ ଦେଖି ଭାବୁଥିବ

ଗୋଟାପଣେ ତୁଳସୀ 

ଯିଏ ଘର ଅଗଣାରେ ଶୋଭା ପାଇଥାଏ

ଦାଉଦାଉ ସୌନ୍ଦର୍ଯ୍ୟର ଛିଟା

ବିଲକୁଲ ସତ୍ୟ ଶାନ୍ତି ଓ ପବିତ୍ରତାର ପ୍ରତୀକଟେ ନୁହେଁ?


ମୁଁ ତ ଜନ୍ମରୁ ପୁତନା

ଯିଏ ଥନରେ ବିଷ ବୋଳିଥିଲା

ସୂର୍ପଣଖା ପରି ମାୟାବିନୀ କାମନା ଜ୍ଜାଳାରେ

ଯିଏ ରାମ ଓ ଲକ୍ଷ୍ଯଣଙ୍କୁ ପ୍ରସ୍ତାବ ଦେଉଥିଲା

ନିଜର କରିବାକୁ ଯେମିତି

କ୍ଷୀର ଆଉ ନୀର ଦେହ ଆଉ ଛାଇ।


ମୋତେ ବେଶୀ ଭଲ ପାଅ ନାହିଁ

ଗୁଡ଼କୁ ପିମ୍ପୁଡି ପରି

ଜିଆକୁ ମାଛ ପରି 

ଆଲୋକକୁ ପତଙ୍ଗ ପରି

ମୁଁ ତ ଗୋଟାପଣେ ବିଚ୍ଛୁଆତି

ଛୁଇଁଲେ କୁଣ୍ଡାଇ ହେବ

ଫଳିଯିବ ତାଳରୁ ତଳିପା।


ହସିଦେଲା ସିଏ 

ଯିଏ ମନେମନେ ଭଲ ପାଉଥିଲା

ମୋର କୁଆଡେ଼ ଦେହ ଆଉ ମନ ସୁନ୍ଦର

ଭୁଲି ଯାଉଥିଲା ନିଜେ ହିଁ ନିଜକୁ

ଆକର୍ଷିତ ହେଉଥିଲା 

ଗୋଟେ କବି ପରି

ଯିଏ ଫଶି ଯାଉଥାଏ ପ୍ରକୃତିରେ।


ମୋର ଅବୟବକୁ ଛୁଇଁଦେଲା 

ପିଇବାକୁ ଅମୃତରୁ ପୋଷେ

ଡହଡ଼ହ ଖରାରେ ଯେମିତି ତୃଷାର୍ତ୍ତ

ଆକ୍ତାମାକ୍ତା ରୂପ ସୌନ୍ଦର୍ଯ୍ୟରେ।


ମୁଁ ତ ଇଚ୍ଛାଧାରୀ ନାଗୁଣୀ

ଯେମିତି ଫୁଲରେ ବସିଲା

ଦଂଶି ଦେଲି ତା ଗୋଡ଼କୁ

କ୍ଷଣକେ ନୀଳ ପଡି଼ଗଲା

ଆଉ ମୃତ୍ୟୁର କୋଳରେ।


ଏମିତି ଜଣେ ନୁହଁ କି ଅଧେ

ପ୍ରାୟତଃ ଅନେକଙ୍କ ଜୀବନ ନେଇଛି

ଯେଉଁମାନେ ତୁଳସୀ ଭାବି

ଫୁଲରେ ବସିବାକୁ ଅଥବା

ଅଗଣାରେ ଥୋଇବାକୁ ଚେଷ୍ଟା ହିଁ କରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍