STORYMIRROR

Sarojini Behera tiki

Others

4  

Sarojini Behera tiki

Others

ତୁହି ମୋର ଭଗବାନ

ତୁହି ମୋର ଭଗବାନ

1 min
257


ଭୁଲିଲେ ଭୁଲିବି ଦୁନିଆକୁ ମୁହିଁ

ପାରିବିନି ତତେ ଭୁଲି

ଦୁନିଆ ମୋହର ତୋ ଠାରୁ ଆରମ୍ଭ

ତୋର ଠାରେ ଶେଷ ବୋଲି।

ଦିନ ଦଶ ମାସ ଗରଭେ ଧରିଲୁ

ନିଜ ରକ୍ତ ମାଂସ ଦେଇ

ନିଜ ଜୀବନକୁ ମୃତ୍ୟୁ ମୁଖେ ଠେଲି

ମତେ ଜୀଵ ଦେଲୁ ତୁହି।

ପୂଜନ୍ତି ସଭିଏଁ ପଥର ଦିଅଁ ଲୋ

କେତେ ଶ୍ରଦ୍ଧା ଭକ୍ତି ଢାଳି

ମୁଁ ଯେ ଭକ୍ତି ଢାଳେ ତୋର ପାଦ ତଳେ

ମମତା ଦୀପାଳି ଜାଳି।

ଦୁଃଖ କଷ୍ଟ ସବୁ ଛାତିରେ ଚାପିଲୁ

ଫୁଟାଇ ମୋ ଓଠେ ହସ

କୋଳରେ ବସେଇ ଗେଲ୍ହେଇ ଗେଲ୍ହେଇ

ଭାଙ୍ଗି ଦେଉ ମୋର ରୋଷ।

ସରଗ ଦେବତା ତ୍ରୁଟି ହେଲେ କେବେ

କରନ୍ତି ନାହିଁ ଯେ କ୍ଷମା

ସବୁ ଭୁଲ ମୋର କ୍ଷମା ଦେଉ ତୁହି

ଦେବୀ ପରି ତୋ ଗାରିମା।

ମନୁ କାଢି ଡର ହାତ ଧରି ମୋର

ଆଗକୁ କଢେଇ ନେଉ

ବିପଦେ ଆପଦେ ସବୁବେଳେ ମୋର

ଛାଇ ହୋଇ ରହି ଥାଉ।

ତୋ କୋଳରେ ମୁହିଁ ଜନମିଛି ବୋଲି

ନିଜକୁ ମଣୁଛି ଧନ୍ୟ

ମାଆ ରୂପୀ ତୁହି ଦେବୀ ଟିଏ ମୋର

ତୁହି ମୋର ଭଗବାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍