STORYMIRROR

rasmi maye pati

Others

2  

rasmi maye pati

Others

ତୁଭ୍ୟଂ ନମାମି ବାସୁଦେବାୟ

ତୁଭ୍ୟଂ ନମାମି ବାସୁଦେବାୟ

1 min
25


ତୁମେ ତରଚିଲ ବର୍ଷାର ତାଣ୍ଡବ ନିଶାର୍ଦ୍ଧରେ ଭାବଗ୍ରାହୀ

ତୁମରି ଆଦେଶେ ଦି ଭାଗ ହୋଇଲା ଉଛୁଳା 

ଯମୁନା ନଈ 

ତବ ଆଜ୍ଞା ପ୍ରଭୂ ଶିରୋ ଧାର୍ଯ୍ୟ କହି ଶେ ଷ ନାଗ ମଥା ପାତେ 

ମଥା ତଳେ ପ୍ରଭୂ ଯାତ୍ରା କଲ ତୁମେ ଗୋପ ପୁର ନନ୍ଦ ପଥେ 

ଦୁଇ ମାତା ପାଖେ ପଡିଗଲ ବନ୍ଧା ପୁତ୍ର ଋଣ 

କଲ ଅଧା

ପ୍ରେମ ଅବତରେରାଧା ଙ୍କୁ ଛନ୍ଦିଲରାଧା ପାଶେ

ପ୍ରେମ ଅଧା

ଗୋପୀ ନାରୀ ଙ୍କର ହୃଦେ ବିରାଜିଲ 

ସଭିଙ୍କୁ କଲ ପାଗଳ

ପ୍ରେମ ଓ ଭକ୍ତିରେ ବୁଡାଇ ସଭିଙ୍କୁ କଥା ଦେଇ ଚାଲିଗଲ ।


ପ୍ରେମ ଅବତାର ଭୁଲି ଗଲ ପ୍ରଭୂ ଦ୍ବାରିକାରେ 

ରାଜା ହେଲ

ଭାରତ ଯୁଦ୍ଧରେ ମୁଖ୍ୟ ନାୟକ ତୁମେହିଁ ତ

ସାଜି ଥିଲ 

ଧରା ଟଳମଳ ପାପର ଭାରରେ ସବୁ ପାପୀ 

ଙ୍କୁ ନାଶିଲ 

ଯୁଗେ ଯୁଗେ ଧର୍ମ ସଂସ୍ଥାପନ ପାଇଁ 

ତୁମେ ବାନା ଉଡ଼ାଇ ଲ

ଅସୀମ ମହିମା ପରମ ଦୟାଳୁ ଆହେ 

ବ୍ରହ୍ମାଣ୍ଡ ଠାକୁର

ତୁମରି ଲୀଳା ତ ତୁମେ ଜାଣ ପ୍ରଭୂ

ଏ ସୃଷ୍ଟି କୁ ଉଦ୍ଧାର କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍