STORYMIRROR

Bunee Tripathy

Others

4  

Bunee Tripathy

Others

ତଟିନୀ

ତଟିନୀ

1 min
338

ପ୍ରଗଳଭା ତଟିନୀ ଧାଉଁଅଛି ବେଗେ

   ସାଗରେ ମିଶିବା ପାଇଁ

ପାଗଳିନୀ ସାଜି ପ୍ରେମର ଉଲ୍ଲାସେ

   ବନ୍ଧବାଡ ମାନେ ନାହିଁ।


ତାରାର ଚାନ୍ଦୁଆ ଟାଣି ଦେଇଅଛି

  ସମୀର ଗାଉଛି ଗୀତ

ସବୁଜିମା ଭରା ପ୍ରକୃତିର ଶୋଭା

   ସଜାଉଛି ତାର ପଥ।


ତଟିନୀର ପ୍ରେମ ଦେଖିବା ଗଗନ

  ବରଷାକୁ ରାଇ କୁହେ

ବାଣ ତ ଫୁଟିବ ଘଡଘଡି ହେବ

  ବିଜୁଳି ଚମକି ରୁହେ।


ଝରଣା ଝରିଛି ଆଗେଇ ଯାଇଛି

  ପାଇଛି ତା ଯଉବନ

ସାଥି ସଙ୍ଗେ ମିଶି ଏକ ହୋଇ ଯିବ

   ଏଇ ଅଟେ ତା ସପନ।


ସାଗରର ପ୍ରେମ ଉଚ୍ଛୁଳା ସ୍ରୋତରେ

  ଭାସେ ଏ ସାରା ପୃଥିବୀ

ପ୍ରକୃତି ବଜାଏ ଶଙ୍ଖ ହୁଳହୁଳି

  କୋଇଲି ଗାଏ ପୂରବୀ।


କଳକଳ ହୋଇ ଆଗକୁ ଯାଉଛି

  ନ ମାନି ତ ବନ୍ଧ ବାଡ଼

ଭଉଁରି କାଟଇ ପତର ଭାସଇ

  ଧୀରେଧୀରେ କାଟେ ବାଟ।


ଏତେ ଉଶୃଙ୍ଖଳ ନିର୍ଝରିଣୀ ସିଏ

  ଖୋଲିଯାଏ ଅଙ୍ଗ ବସ୍ତ୍ର

 ଡାହାଣକୁ ଯାଏ ବାମକୁତ ମାଡେ

   ଅଙ୍କା ବଙ୍କା ହୁଏ ସେତ।


ପଥେ ଗଲାବେଳେ ଉପହାର ଦିଏ

  ବରଷି ବରଷାରାଣୀ

ଠୋପାଠୋପା ବିନ୍ଦୁ ମୁକୁତା ପରି ସେ

   ବିଞ୍ଚି କହେ ତା କାହାଣୀ।


ତଟିନୀ ମିଶିବ ସାଗର ହସିବ

  ଢେଉ ସଙ୍ଗେ ଜିବ ମିଶି

ପ୍ରିୟ ସଙ୍ଗେ ପ୍ରିୟା ମିଳନ ହୋଇବ

  ଉତ୍ତାଳ ତରଙ୍ଗେ ହସି।


ତଟିନୀ କାହାଣୀ ଶୁଣିବା ପାଇଁକି

  ଚାହିଁ ବସିଛନ୍ତି ସର୍ବେ

ନଗରେ ନଗରେ ବାଜୁଛି ବାଜଣା

   ତଟିନୀ ଫୁଲୁଛି ଗର୍ବେ।


ଛାତିକୁ ମେଲାଇ କରକୁ ବଢାଇ

  ଆଲିଙ୍ଗନ ପାଇଁ ଉଭା

ସାଗର ସହିତ ଏକ ହୋଇ ଯିବ

  ଦେଖ ତଟିନୀ ର ପ୍ରଭା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍