STORYMIRROR

Hasyamayee Raj

Others

4  

Hasyamayee Raj

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
494


ଟୋପାଏ ସିନ୍ଦୂର

ମୋତେ ଏକ

ଚୁଲ୍ ବୁଲି ଝିଅରୁ

କଲା ପରିପୂର୍ଣ୍ଣ ନାରୀ, 

ଟୋପାଏ ସିନ୍ଦୂର

ଶଙ୍ଖା ଆଉ ଶାଢୀ

ମୋ ଜୀବନକୁ ତୋଳିଦେଲା

ଅପରୂପ କରି ।


ସେଇ ଟୋପାଏ ସିନ୍ଦୂରକୁ ସାକ୍ଷୀ ରଖି

ମୋ ଘରକୁ ସଜେଇଲି

ମୁଁ ହେଲି ଘରଣୀ, 

ଥିରି ଥିରି ପାଦ ଥାପି

ମୁଣ୍ଡରେ ଓଢଣା ଦେଇ

ଶାଶୁଘର ଆସିଲି ମୁଁ ଚାଲି,

ଗୋଡ କଚାଡି

ଘରଟାକୁ ଉଠାପକା କରୁଥିବା ମୁଁ

ପୁଣି ଶଣ୍ଠଣା ଶିଖିଲି ।


ସେଇ ଟୋପାଏ ସିନ୍ଦୂର ଦେଲା ମୋତେ

ସ୍ତ୍ରୀ ହେବାର ନ୍ଯାର୍ଯ୍ଯ ଅଧିକାର

ପରମ ସୌଭାଗ୍ୟ ମା ହେବାର

ପୁର୍ଣ୍ଣ କଲା କୋଳ ଝୁଲଣା କୁ ମୋର, 

କପାଳରେ ଦିକ୍ ଦିକ୍ ଜଳୁଥିବା

ସେଇ ଟୋପାଏ ସିନ୍ଦୂରର ଗହଣା ମୋ ପାଇଁ

ସବୁଠୁ ମୂଲ୍ୟବାନ୍, ପବିତ୍ର

ତା ପାଇଁ ମୁଁ ହୁଏ ସବୁଠୁ ଅନନ୍ଯ ସୁନ୍ଦର୍ ।


ସେଇ ଟୋପାଏ ସିନ୍ଦୂର ପାଇଁ

ମୋର ସମର୍ପିତ ଜୀବନକୁ

ବାଣ୍ଟିଚାଲିଛି ମୁଁ

କେବେ ସୁନାନାକୀ ବୋହୂ

କେବେ ସୋହାଗିନୀ ପତ୍ନୀ

କେବେ ଦରଦୀ ମା ରୂପରେ,

ଆଉ ସେଇ ଟୋପାଏ ସିନ୍ଦୂରର ମୂଲ୍ୟ

ଆଜି ସବୁଠୁ ଭାରି ପଡିଯାଏ

ଯେତେ ମୂଲ୍ୟବାନ୍ ସଂପତ୍ତି ଅଛି

ଏଇ ଦୁନିଆରେ ।


ସେଇ ଟୋପାଏ ସିନ୍ଦୂର

ମୋତେ ଆଜି ଦିଏ

ଆଗକୁ ବଢିବାର ଶକ୍ତି

ସେଇ ଟୋପାଏ ସିନ୍ଦୂର ହିଁ ମୋର

ଜୀବନର ପରମ ଉଦ୍ଧାତା

ଗତି ଆଉ ମୁକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍