STORYMIRROR

Bharatabandhu Biswal

Others Children

3  

Bharatabandhu Biswal

Others Children

ଟିକିଝିଅଟି

ଟିକିଝିଅଟି

1 min
227


ଟିକି ଝିଅଟି

ଭାରି ଅଝଟି

କଥା କହିବାରେ ଖୁଣ୍ଟ ବୁଢ଼ୀଟି ।

ମନ ରଖିକି

କୋଳେ ଲୋଟିକି

ବାପାଙ୍କୁ କହିଲା ବୋକା କାହିଁକି । ଜାଣି ନାହଁକି

 ଆଜି ଦିନଟି

ତୁମ ଗେହ୍ଲା ଜନ୍ମଦିନ ନୁହଁ କି?

ମାଆ ମୋ ମାଆ

ଭାରି ସିଆଣା

 ଗେହ୍ଲେଇ ଝିଅ ମୋ କେଡ଼େ ବୁଦ୍ଧିଆ ।

ପାଠ ପଢିକି

କେତେ ଶିଖିକି

ରଖିବ ଆଗକୁ ନାଁ ପାଣିକି ।

କହିବୁ ସତ

କଥା ଦେଏତ

ରଖିବୁ ଆମର ମାନ ମହତ।

ତୁ ମୋ ପ୍ରାଣ

ସମ୍ପଦ ଧନ

ଦେଉଛି ତୋ ଗାଲେ ମିଠା ଚୂମ୍ବନ । 

ମୋ ସୁନା ଝିଅ

ବଡ଼ ହୋଇବ

ବାପା ଖୋଜି ଚାନ୍ଦ ଆଣିକି ଦେବ ।


Rate this content
Log in