Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Children Stories

3  

Sadananda Sahoo

Children Stories

' ' ଟିକି ହସ ଫୁଲ ବୈଭବ ରତନ ' '

' ' ଟିକି ହସ ଫୁଲ ବୈଭବ ରତନ ' '

1 min
236



ବୈଭବ ରତନ ଆମ ସୁନା ଧନ 

   କୁଳର ଚନ୍ଦ୍ରମା ସୁତ , 

ପିତାମାତାଙ୍କର ଆଖିର ସପନ 

  ଜେନା ବଂଶକୁଳ ମିତ ॥ 


ଜିତେନ୍ଦ୍ର ସୁନୀଙ୍କ ସୌଭାଗ୍ୟ ବିଜୟ 

   ବୈଭବ  କୁଳନନ୍ଦନ , 

ଶୁଭଲଗନରେ ଜନ୍ମିଚି ସରାଗେ 

    ପ୍ରଭୁକୃପା ବଳେ ଧନ ॥ 


ଅଢେଇ ମାସର ଟିକି ହସ ଫୁଲ 

   ସମ୍ପର୍କ ଯୋଡିଚି ସତେ , 

ଆଃହାକି ସୁନ୍ଦର କୁଆଁକୁଆଁ ରାବ 

   ଅଶା ଭରିଦିଏ କେତେ ॥ 


ବୈଭବ ନାମଟି ଶ୍ରଦ୍ଧାରେ ଡାକନ୍ତି 

    ସଭିଏଁ ସରାଗ ମନେ , 

ଆଉ କିଏ ଡାକେ ଗୁପଚୁପ ଗୁଗୁଲ 

    ଧନମଣି କହି କାନେ ॥ 


ଜିତେନ୍ଦ୍ର କୁମାର ପିତା ମହୋଦୟ 

    ସ୍ନେହରେ ଡାକନ୍ତି ଗୁଲୁ , 

ଭାରି ପିତୃ ସ୍ନେହୀ ଗୁଲୁଧନ ମଣି 

    ଅଯାଚିତ ସ୍ନେହ ମିଳୁ ॥ 


ଅନାଥ ବନ୍ଧୁତ ପିତାମହ ସିନ୍ଧୁ 

   ଶ୍ରଦ୍ଧାରେ ଡାକନ୍ତି କ୍ରିଷ୍ଣା , 

ଜେଜେମାଆ ଜୟନ୍ତୀ ସ୍ନେହ ଅଜାଡନ୍ତି 

   ମେଣ୍ଟିଯାଏ ସବୁ ତୃଷ୍ଣା ॥ 


ରୂପରେ ଗୁଣରେ ସରି ହବ କିଏ 

    ବୈଭବ ସୁନା ସଙ୍ଖାଳି, 

ବର୍ଣ୍ଣନା ସାପେକ୍ଷ କବି ମଧ୍ୟ ସ୍ତବ୍ଧ 

   ଅଧୁରା ରହେ ତା' ପଂକ୍ତି ॥ 


ଫୁଲଠୁ କୋମଳ ଜହ୍ନଠୁ ଶୀତଳ 

    ବୈଭବ ସମ୍ପତ୍ତି ଧନ , 

ସ୍ନେହ ଶ୍ରଦ୍ଧା ପ୍ରୀତି ସର୍ବେ ସମର୍ପନ୍ତି 

     ଉଦ୍ଭାସିତ ହୁଏ ସ୍ୱପ୍ନ ॥ 


ମାତୃଳାୟ ଘରେ କ୍ରିଷ୍ଣା ଗଣ୍ଠିଧନ 

     ରଞ୍ଜନ ମାମୁଁର ପ୍ରିୟ , 

ବବିତା ମାଉସୀ ଗେଲ କରେ ଅତି 

   ବୈଭବର ଗଡ ଜୟ ॥ 


ନିତ୍ୟାନନ୍ଦ ଅଜା ନାତି ପ୍ରେମେବନ୍ଧା 

    ଆଶୀର୍ବାଦେ ସଦାନିତ୍ୟ , 

ମମତା ଆଈର  ସ୍ନେହତ ଅପାର 

    ନାତିଟୋକା କୃତକୃତ୍ୟ ॥ 


ବୈଭବ ସମ୍ପଦ ଆମ ଧନମନ 

    କରୁଣାର  ଟିକିଫୁଲ , 

ପ୍ରଭୁ ଆଶୀର୍ବାଦ ଲଭିଚି ନିଶ୍ଚୟ 

    ଦିବାନିଶି ହୁଏ ଗେଲ ॥ 


ଭାରି ଅଭିମାନୀ ଭାରି ସ୍ୱାଭିମାନୀ 

    ସହେ ନାହିଁ କଟୁ କଥା , 

ଭୀଷଣ ଆଘାତେ ଜର୍ଜରିତ ହୋଇ  

    ମାଆ କୋଳେ ରଖେ ମଥା ॥ 


ବାପୁ ସୁନୀଙ୍କର  ଅମୂଲ୍ୟ ରତନ 

    କୋମଳ ଚପଳ ଶିଶୁ , 

ଦିଅ ଦିବ୍ୟବୁଦ୍ଧି ହେ' ପ୍ରଭୁ ଗୋସାଇଁ 

    ବୈଭବ ନିଇତି ହସୁ ॥ 


ହେ'ଧବଳେଶ୍ୱର ହୋଇବ ସହାୟ 

    କ୍ରିଷ୍ଣା ତବ ଟିକିଧନ , 

ଛତ୍ରଛାୟା ତଳେ ରଖିବ ସରାଗେ 

    ଶ୍ରୀପୟରେ ନିବେଦନ ॥ 



Rate this content
Log in