STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

ଟିକେ ଦୁରେଇ ରୁହ

ଟିକେ ଦୁରେଇ ରୁହ

1 min
220

ରୁହ ରୁହ ଟିକେ ଦୁରେଇ ରୁହ

ମୋ ପାଖକୁ ଆଉ ଆସନା।

ନାଇଁ ନାଇଁ ବୋଲି ଆଉ 

କାହିଁକି କହୁଚ କରି କେତେ ବାହାନା।

ପ୍ରେମ ରଙ୍ଗ ମୋତେ ରଙ୍ଗେଇ ଦେଲାଣି।

ତୁମ ହୃଦୟ ରେ ମୋତେ ଜାଗା ଦେଲାଣି।

ରୁହ ରୁହ ଟିକେ ଦୁରେଇ ରୁହ

ଏମିତି କାହିଁକି ହେଉଛ ନିଜକୁ ସମ୍ଭାଳ ରୁହ।

ପାଖରେ ତ ତୁମର ସଦା ଅଛି 

ଆଜି ତୁକେ ତୁମେ ଦୁରେଇ ରୁହ।

କେମିତି ବୁଝେଇବି ନିଜର କୋହ।

ହେ ମୋର ପ୍ରିୟତମା

ମୁଁ ହେ ତୁମ ଯାଯାବର।

ନିଜଠୁ ଅଗଲା କରି 

ତୁମକୁ ଦେଇଛି ମନ ମୋର।

ହେବ ବଳି ସାଥି ଦୁନିଆ ରେ ଦେଖୁଛି 

ଏକା ତୁମକୁ ପାଇବି ବୋଲି।

ତୁମ ବିରହ ମୋତେ ଭାରି ବାଧୁଛି

ପାଖକୁ ଆସିବା ପାଇଁ କାହି କରୁଛ ମନା ବୋଲି।

ହୃଦୟ ମନ୍ଦିରେ ତୁମକୁ ପୂଜା କରେ

ନିଜଠୁ ବେଳେ ତୁମକୁ ଭଲ ପାଏ।

ଏମିତି କରୁଥିବୀ ପ୍ରେମ ବଞ୍ଚିଥିବା ଯାଏ।

ଆସ ଆସ ସାଥି ଡାକୁଛି ତୁମକୁ

ସାଙ୍ଗ ହୋଇ କରିବା ପ୍ରେମ ।

ହସି ହସି ବିତେଇ ଦେବା ଆଜିର 

ଦିନ ଖୁସି ହୋଇ ଯିବ ତୁମରି ମନ।

ଲେଖିବେବି ସାଥି ତୁମ ପାଇଁ ଗୀତ

ଗାଉଥିବା ମିଶି ପ୍ରେମ ର ଗୀତ।

ଭଲ ପାଏ ତୁମକୁ ଭଲ ପାଉଥିବୀ

ଦୁନିଆ ଦେଖିବ ଆମରି ପ୍ରେମକୁ ।

ଦୁଃଖ ସୁଖରେ ହୋଇ ଏକ 

ଜୀବନ କାଟି ଦେବା ଏମିତି ସାତ ଜନମ କୁ।

ଯୁଗେ ଯୁଗେ ଆମ ପ୍ରେମ ର କାହାଣୀ ହୋଇ ଯିବ ଆମର।

ଏମିତି ପ୍ରେମିକ ମୁ ହୋଇ ଯିବି ତୁମର।

ନାଇଁ ନାଇଁ ଆଉ ଜମା କୁହନି

 ପାଖକୁ ମୋତେ ଆଉ ଡାକନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍